ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲ ପରେ ସନ୍ନ୍ୟାସ ନେବେ କି ରୋହିତ ଶର୍ମା! ସ୍ପଷ୍ଟ କଲେ ଶୁଭମନ ଗିଲ୍
ରୋହିତ ଶର୍ମାଙ୍କ ସନ୍ନ୍ୟାସକୁ ନେଇ ଗିଲ୍ କଲେ ସ୍ପଷ୍ଟ
ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ପରେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ସନ୍ନ୍ୟାସକୁ ନେଇ ଲଗାତାର ଖବର ଜାରି ରହିଛି। ତେବେ ବର୍ତ୍ତମାନ ଶୁଭମନ ଗିଲ୍ ରୋହିତ ଶର୍ମାଙ୍କ ସନ୍ନ୍ୟାସକୁ ନେଇ ସ୍ପଷ୍ଟ କରିଛନ୍ତି।
ସେ ଏହାର ଉତ୍ତର ଦେଇଛନ୍ତି। ଆସନ୍ତୁ ଜାଣିବା ଏହି ବିଷୟରେ..
ଶୁଭମନ ଦେଲେ ରୋହିତ ଶର୍ମାଙ୍କ ସନ୍ନ୍ୟାସକୁ ନେଇ ଜବାବ: ଫାଇନାଲ ମ୍ୟାଚ ପୂର୍ବରୁ ପ୍ରେସ କନଫରେନ୍ସରେ ଆସିତିଲେ ଶୁବମନ ଗିଲ୍। ସେ ରୋହିତଙ୍କ ସନ୍ନ୍ୟାସକୁ ନେଇ କହିଛନ୍ତି ଯେ, ଡ୍ରେସିଂ ରୁମରେ ରୋହିତଙ୍କ ସନ୍ନ୍ୟାସକୁ ନେଇ କୌଣସି ମଧ୍ୟ ଚର୍ଚ୍ଚା ହେଉନାହିଁ।
ଏପର୍ଯ୍ୟନ୍ତ ରୋହିତ ଭାଇ ମଧ୍ୟ କୌଣସି ମଧ୍ୟ ଚର୍ଚ୍ଚା କରିନାହାନ୍ତି। ରୋହିତ ଭାଇ ଚାମ୍ପିୟନ୍ସ ଟ୍ରଫିର ଫାଇନାଲକୁ ନେଇ କଥା ହେଉଛନ୍ତି।
ଏହି ସମୟରେ ଗିଲ୍ ଭାରତୀୟ ଟିମ୍କୁ ନେଇ କହିଛନ୍ତି ଯେ, ଏହା ଭାରତର ଭଲ ବ୍ୟାଟିଂ ଲାଇନ ଏବଂ ମୁଁ ଏଥିରେ ଅଛି। ରୋହିତ ଭାଇ ଏକ ଭଲ ଓପନର ଏବଂ ବିରାଟ କୋହଲି ଭାଇ ସବୁଠୁ ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ।
ଆମ ବ୍ୟାଟିଂରେ ଅନେକ ଗଭୀର ରହିଛି ଏବଂ ଏଥିରେ କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶ୍ରେୟସଙ୍କ ନାମ ସାମିଲ ଅଛି।