ଭୁବନେଶ୍ବର: ଆଜି ପବିତ୍ର ଫଗୁ ଦଶମୀ । ଆଜିଠାରୁ ଦୋଳ ପୂର୍ଣ୍ଣିମା ଯାଏଁ ଫଗୁ ଖେଳିବେ ପ୍ରଭୁ ଲିଙ୍ଗରାଜ । ଦଶମୀରେ ଲିଙ୍ଗରାଜଙ୍କୁ ତ୍ରିପଣ୍ଡ ଲାଗୁ କରାଯିବ । ତେବେ ଭୋଗରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଚଣା ଭୋଗ କରାଯିବ ।
ଦଶମୀ ନୀତିକାନ୍ତି ଶେଷ ହେବା ପରେ ଏକାଦଶୀରେ ବଡ଼ ମଠକୁ ବିଜେ କରିବେ । ଏହା ପରେ ଫଗୁ ଦଶମୀରେ ଦୋଳ ମଣ୍ଡପକୁ ବିଜେ କରିବେ ଠାକୁର । ହୋଲିକା ରାକ୍ଷାସକୁ ଦହନ ସ୍ବରୂପ ପ୍ରତିକାତ୍ମକ ଭାବେ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହେବ ।
କପୀଳେଶ୍ବର ପୀଠରେ ଦୋଳପର୍ବ ମହା ଆଡମ୍ବରରେ ପାଳନ କରାଯାଇଥାଏ । ଏନେଇ ବରିଷ୍ଠ ସେବାୟତ ସୂଚନା ଦେଇଛନ୍ତି ।
ଦିଅଁଙ୍କ ଚଳନ୍ତି ବିଗ୍ରହ ଏକାଦଶୀରେ ଖୁଣ୍ଟିଆ ସାହି, ଦ୍ବାଦଶରେ ଚହୁରା ସାହି, ତ୍ରୟୋଦଶୀରେ ପଞ୍ଚ ସାହି ଏବଂ ମିଶ୍ର ସାହିଙ୍କୁ ପରିକ୍ରମା କରନ୍ତି ବୋଲି ସେବାୟତ କରିଛନ୍ତି । ଚତୁର୍ଦ୍ଦଶୀରେ ଠାକୁରଙ୍କର ଗଡ଼ଜାତ ହେବ । ପାରମ୍ପରିକ ବାଦ୍ୟ ସହିତ ସୁସଜ୍ଜିତ ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି କୁହାଯାଇଛି ।