ନୂଆଦିଲ୍ଲୀ: ବିହାର ପୋଲିସ ସାର୍ବଜନୀନ ସ୍ଥାନରେ ଅଶ୍ଳୀଳ ଏବଂ ଦୁଇ ଅର୍ଥ ଥିବା ଭୋଜପୁରୀ ଗୀତ ବଜାଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ତେବେ ମୁଖ୍ୟାଳୟରୁ ଜାରି ହୋଇଥିବା ଏକ ସର୍କୁଲାରରେ କୁହାଯାଇଛି ଯେ ଏହା ଏକ ଗମ୍ଭୀର ସାମାଜିକ ସମସ୍ୟା ପାଲଟିଛି, ଯାହା ମହିଳାଙ୍କ ସୁରକ୍ଷାକୁ ବିପଦରେ ପକାଇଥାଏ ଏବଂ ପିଲାମାନଙ୍କ ମାନସିକ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ।
ରାଜ୍ୟ ପୋଲିସ ମୁଖ୍ୟାଳୟ ଶୁକ୍ରବାର ଏକ ସର୍କୁଲାର ଜାରି କରି ସମସ୍ତ ଆଇଜି, ଡିଆଇଜି ଏବଂ ରେଳବାଇ ପୋଲିସକୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛିସ । ସାର୍ବଜନୀନ କାର୍ଯ୍ୟକ୍ରମ, ବସ୍, ଟ୍ରକ୍ ଏବଂ ଅଟୋ-ରିକ୍ସାରେ ଅଶ୍ଳୀଳ ଏବଂ ଦୁଇ ଅର୍ଥ ଥିବା ଭୋଜପୁରୀ ଗୀତ ବଜାଇ ପରିବେଶକୁ ନଷ୍ଟ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବା ଉଚିତ ବୋଲି ସର୍କୁଲାରରେ କୁହାଯାଇଛି। ଏହା ମହିଳାମାନଙ୍କ ପାଇଁ ଲଜ୍ଜାର କାରଣ ହୁଏ ଏବଂ କେତେକ ସମୟରେ ସେମାନେ ଅସୁରକ୍ଷିତ ମଧ୍ୟ ଅନୁଭବ କରନ୍ତି।
ପୋଲିସର କହିବା ଅନୁଯାୟୀ, ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ପ୍ରାସଙ୍ଗିକ ଧାରା ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କହିରଖୁଛୁ କି, ଏହି ପ୍ରସଙ୍ଗ ପୂର୍ବରୁ ବିହାର ବିଧାନସଭାରେ ମଧ୍ୟ ଉଠିଛି। ଦୁଇ ବର୍ଷ ପୂର୍ବେ କଂଗ୍ରେସ ବିଧାୟକ ପ୍ରତିମା କୁମାରୀ ଅଶ୍ଳୀଳ ଭୋଜପୁରୀ ଗୀତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ଏପରି ଗୀତକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।