ଆଉ କେତେ ତଳକୁ ଖସିବ ପାକିସ୍ତାନ: ପ୍ରକୃତ ରୂପ ଦେଖାଇଦେଲେ PCB ଚିଫ୍, ନିଜ ଟିମ୍ ହୋଇଥିଲେ ଏପରି ଲଜ୍ଜାଜନକ କାମ କରିଥାନ୍ତେ କି ?

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ମୁକୁଟ ହାସଲ କରିବା ପରେ ଅଧିକ ହଙ୍ଗାମା ସୃଷ୍ଟି କରୁଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡ ନିଜର ପ୍ରକୃତ ରୂପ ଦେଖାଇଛି । ନିଜ ଟିମ୍ ପ୍ରଥମ ରାଉଣ୍ଡରେ ହାରିବା ପରେ ଯେତେବେଳେ ବାଦ ପଡ଼ିଲା, ସେବେ ଏକ ଭଲ ଆୟୋଜକର ଦାୟିତ୍ୱ ମଧ୍ୟ ପୂରଣ କରିପାରିଲା ନାହିଁ ପାକିସ୍ତାନ ।

ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଟାଇଟଲ ଜିତିଥିଲା କିନ୍ତୁ ପିସିବି ମୁଖ୍ୟ ମୋହସିନ ନକଭି ଏହାକୁ ହଜମ କରିପାରି ନଥିଲେ । ଟୁର୍ଣ୍ଣାମେଣ୍ଟର ଆୟୋଜକ ହେବା ସତ୍ତ୍ୱେ, ସେ ଫାଇନାଲ ଦେଖିବାକୁ ଆସି ନଥିଲେ କିମ୍ବା ଖେଳାଳିମାନଙ୍କୁ ଦିଆଯାଇଥିବା ପୁରସ୍କାର ଉତ୍ସବରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳି ନଥିଲା ।

ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଦେଇଥିଲା ଆଇସିସି କିନ୍ତୁ ତାକୁ କେବଳ ନିଜ ଦଳ ବିଷୟରେ ଚିନ୍ତା ଥିଲା । ଆୟୋଜକ ଭାବରେ କ୍ରିକେଟ ବୋର୍ଡ ତାର ଦାୟିତ୍ୱ ପାଳନ କରିନଥିଲା ।

ସୂତ୍ର ମୁତାବକ, “ପାକିସ୍ତାନ କ୍ରିକେଟ୍ ବୋର୍ଡର ବର୍ତ୍ତମାନର ସଭାପତି ମୋହସିନ୍ ନକଭି, ଯିଏକି ପାକିସ୍ତାନର ସଂଘୀୟ ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି, ସେ ତାଙ୍କ ଦାୟିତ୍ୱରୁ ଓହରି ଯାଇଛନ୍ତି । ମୋହସିନ ତାଙ୍କର ପୂର୍ବ ପ୍ରତିଶ୍ରୁତି ଯୋଗୁଁ ଦୁବାଇ ଯାଇପାରିଲେ ନାହିଁ । ପିସିବିର ସିଇଓଙ୍କୁ ଫାଇନାଲ୍ ଏବଂ ସମାପନୀ ଉତ୍ସବରେ ପାକିସ୍ତାନର ପ୍ରତିନିଧିତ୍ୱ କରିବାକୁ ପଠାଯାଇଥିଲା ।