ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍, ଏହି ଖେଳାଳିଙ୍କୁ ଟିମ୍ର“ସାଇଲେଣ୍ଟ ହିରୋ” କହିଲେ ରୋହିତ ଶର୍ମା
ଭାରତୀୟ ଟିମ ଜିତିବାରେ ଏହି “ସାଇଲେଣ୍ଟ ହିରୋ”ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ରୋହିତ ଶର୍ମା
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଦୁବାଇର ମଇଦାନରେ ତୃତୀୟ ଥର ଚାମ୍ପିୟନ୍ସ ଟ୍ରଫି କବଜା କରିଛି। ଟିମକୁ ଚାମ୍ପିୟନ୍ସ କରିବାରେ ଅନେକ ଖେଳାଳିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
କିଙ୍ଗ କୋହଲି ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ବିରୋଧରେ ଶାନଦାର ଇନିଂସ ଖେଳି ଟିମକୁ ଜିତାଇଥିଲେ। ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବ ଚମତ୍କାର ବୋଲିଂ କରିଥିଲେ।
ଏହାରି ମଧ୍ୟରେ ଜଣେ ଏପରି ଖେଳାଳି ଅଛନ୍ତି ଯିଏ ଚୁପଚାପ ଟିମକୁ ସଫଳତାରେ ନିଜର ଯୋଗଦାନ ପ୍ରଦାନ କରିଛନ୍ତି। କପ୍ଟେନ ରୋହିତ ଶର୍ମା ମଧ୍ୟ ଏହି ଖେଳାଳିଙ୍କର ଖୁବ ପ୍ରଶଂସା କରିଛନ୍ତି।
ରୋହିତ କାହାକୁ କହିଲେ ସାଇଲେଣ୍ଟ ହିରୋ: ଟିମକୁ ଜିତାଇବା ପାଇଁ ଶ୍ରେୟସ ଅୟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଅୟର ଭାରତ ପାଇଁ ସର୍ବାଧିକ ରନ ହାସଲ କରିଛନ୍ତି।
ଖରାପ ସମୟରେ ଟିମ୍ ପାଇଁ ସେ ଢାଲ ପରି ଠିଆ ହୋଇ ମ୍ୟାଚ ଖେଳିଛନ୍ତି। ଫାଇନାଲ ମ୍ୟାଚରେ ମଧ୍ୟ ଟିମ ଇଣ୍ଡିଆ ଯେତେବେଳେ ଲଗାତାର ତିନୋଟି ୱିକେଟ ହରାଇଲା, ଅୟର ଏହାପରେ ୪୮ ରନର ଇନିଂସ ଖେଳିଥିଲେ।
ମ୍ୟାଚ ପରେ ରୋହିତ ଶର୍ମା କ୍ୟାପ୍ଟେନ ଶ୍ରେୟସ ଅୟରଙ୍କୁ ସାଇଲେଣ୍ଟ ହିରୋ କହିଛନ୍ତି। ସେ କହିଛନ୍ତି , “ମୁଁ ଟିମ୍କୁ ନେଇ ଗର୍ବିତ। ଆମେ ଜାଣିଥିଲୁ ଯେ, ପରିସ୍ଥିତି କଠିନ ଥିଲା, କିନ୍ତୁ ତାଳମେଳ ଠିକ୍ ରହିବାରୁ ଟିମ ଜିତିବାରେ ସଫଳ ହୋଇଛି।
ଆପଣ ସାଇଲେଣ୍ଟ ହିରୋ ଶ୍ରେୟସ ଅୟରଙ୍କୁ କେବେ ଭୁଲି ପାରିବେ ନାହିଁ। ସେ ପୂରା ଟୁର୍ଣ୍ଣାମେଣ୍ଟରେ କମାଲ କରିଛନ୍ତି। ସେ ମଧ୍ୟକ୍ରମରେ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛନ୍ତି। ସେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ ସହ ଖୁବ ଭଲପ୍ରଦର୍ଶନ କରିଛନ୍ତି। ଶ୍ରେୟସଙ୍କ ସହ ବିରାଟ ମଧ୍ୟ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।”