X Down: ପୁଣିଥରେ ଡାଉନ୍ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ଦେଖାଯାଉନି ପୋଷ୍ଟ
ଏକ୍ସରେ ସମସ୍ୟା । ବ୍ୟବହାର କରିପାରୁ ନାହାନ୍ତି ୟୁଜର୍ସ।
ନୂଆଦିଲ୍ଲୀ: ପୁଣିଥରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ । ୟୁଜର୍ସ ପୋଷ୍ଟ କରିବାରେ ଏବଂ ଅନ୍ୟ କାହାର ପୋଷ୍ଟ ଦେଖିବାରେ ସମସ୍ୟାର ସମୁଖୀନ ହେଉଛନ୍ତି । ସୋମଥିଙ୍ଗ ଓ୍ବେଣ୍ଟ ରନ ହିଁ ଦେଖାଯାଉଛି । କିନ୍ତୁ ପ୍ଲାଟଫର୍ମ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ।
ୟୁଜର୍ସ ଏକ୍ସ ଆପ୍ ଏବଂ ଓ୍ବେବସାଇଟର ଫିଡରେ ରିଫ୍ରେସ କରିପାରୁ ନାହାନ୍ତି । ପୁରୁଣା ପୋଷ୍ଟ ମଧ୍ୟ ଅପେଡେଟ୍ ହେଉନଥିବା ଦେଖାଯାଇଛି । ଜଣେ ଯଦି ୟୁଜର୍ସ କିଛି ପୋଷ୍ଟ କରିବା ପାଇଁ ଚାହୁଁଛନ୍ତି ସେତେବେଳେ ମଧ୍ୟ ସମସ୍ୟା ଦେଖାଯାଉଛି ।
ବିଶ୍ବସ୍ତରରେ ଏଭଳି ସମସ୍ୟା ଦେଖାଯାଉଥିବା କୁହାଯାଇଛି । ଭାରତ, ଆମେରିକା ଏବଂ ବ୍ରିଟେନ ୟୁଜର୍ସ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ସୋସିଆ ମିଡିଆ ଏକ୍ସ ଡାଉନ ହେଉଥିବା ବେଳେ ଏହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରି ନାହିଁ ।