ICC ଚାମ୍ପିୟନ୍ସ ଟ୍ରଫି ଜିତିଲା ପରେ କହିଁକି ପିନ୍ଧନ୍ତି ଧଳା କୋଟ୍, ଆସନ୍ତୁ ଜାଣିବା ଏହା ପଛର ରହସ୍ୟ

ହ୍ୱାଇଟ୍ ବ୍ଲେଜର ପିନ୍ଧି ଟ୍ରଫି ଆଣିଲା ଟିମ୍ ଇଣ୍ଡିଆ । ଜାଣନ୍ତୁ ଏହା ପଛର କାରଣ ।

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ଭାରତ ନିଜ ନାଁରେ କରିଛି । ରବିବାର ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ବେଶ୍ ରୋମାଞ୍ଚକର ଥିଲା । ମ୍ୟାଚ୍ ସରି ସରି ଆସିଲାବେଳକୁ ରବିନ୍ଦ୍ର ଜାଡେଜାଙ୍କ ଚଉକା ଭାରତୀୟ ଟିମ୍ ହାତରେ ଟ୍ରଫି ଦେଇଥିଲା ।

୨୦୦୯ରୁ ଆରମ୍ଭ: ସବୁ ଠାରୁ ରୋମାଞ୍ଚକର କଥା ଚଳିତ ବର୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫ୍ ପାକିସ୍ତାନ ପକ୍ଷରୁ ଆୟୋଜନ କରାଯାଇଥିଲା । ଆଉ ମ୍ୟାଚକୁ ଭାରତ ଜିତିବା ସବୁଠୁ ବଡ଼ କଥା ।

ଭାରତୀୟ ଦଳ ବିଜୟୀ ଘୋଷିତ ହେବା ପରେ ଭାରତୀୟ ଖେଳାଳିଙ୍କୁ ଧଳା କୋଟ୍ ପିନ୍ଧିବାକୁ ଦିଆଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଏହି ଧଳା କୋଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଧଳା କୋଟ ପିନ୍ଧିବା ପଛର ରହସ୍ୟ କ’ଣ ଚାଲନ୍ତୁ ଜାଣିବା।

ଦିଆଯାଏ ସମ୍ମାନ: ୧୯୯୮ରେ ଚାମ୍ପିୟନ୍ସ ଟ୍ରଫିର ଶୁଭାରମ୍ଭ ହୋଇଥିଲା । କିନ୍ତୁ ବିଜୟୀ ଟିମକୁ ଧଳା ରଙ୍ଗର ବ୍ଲେଜର ପିନ୍ଧିବା ପରମ୍ପରା, ୨୦୦୯ରୁ ଆରମ୍ଭ ହୋଇଥିଲା । ଆଇସିସି ଅଫିସିଆଲ ୱେବସାଇଟ୍ ତଥ୍ୟ ଅନୁସାରେ, ଏହା ମତରେ ଧଳା କୋଟ୍ ‘ବେଜ ଅଫ୍ ଅନର’ ।  ବିଜେତା ଟିମ୍ ପ୍ରତି ସମ୍ମାନ ଜଣାଇ ଏହି କୋଟ୍ ସେମାନଙ୍କୁ ଦିଆଯାଇଥାଏ ।

ଆଗରୁ ମିଳିଛି: ୨୦୦୯ରେ ଖେଳାଯାଇଥିବା ଆଇସିସି ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ଅଷ୍ଟ୍ରେଲିଆ ହରାଇଥିଲା । ୨୦୧୩ରେ ବିଜୟୀ ଭାରତୀୟ ଟିମକୁ ମଧ୍ୟ ଏହି କୋଟ୍ ପିନ୍ଧିବାକୁ ଦିଆଯାଇଥିଲା । ସେହିପରି ୨୦୧୭ରେ ଆଇସିସି ଚାମ୍ପିୟନ୍ସ ଜିତିଥିବା ପାକିସ୍ତାନକୁ ମଧ୍ୟ ହ୍ୱାଇଟ୍ ବ୍ଲେଜର ପ୍ରଦାନ କରାଯାଇଥିଲା ।