(Video) ଚାମ୍ପିୟନ୍ସ ଟ୍ରଫି ଧରି ଦେଶକୁ ଫେରିଲେ ଭାରତୀୟ ଟିମ୍‌, ଏୟାରପୋର୍ଟ ବାହାରେ ଜନସମୁଦ୍ର

ଭାରତୀୟ ଟିମ୍ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଟାଇଟାଲ ହାସଲ କରିଛି। ବର୍ତ୍ତମାନ ଏହି ଟ୍ରଫିକୁ ଧରି ଟିମ୍ ଇଣ୍ଡିଆ ଭାରତରେ ପହଞ୍ଚିଛନ୍ତି।

ନୂଆଦିଲ୍ଲୀ: ଭାରତୀୟ ଟିମ ଦୁବାଇରେ ତ୍ରିରଙ୍ଗା ଉଡାଇବା ପରେ ନିଜ ଦେଶକୁ ଫେରିଆସିଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଥିଲା।

ଭାରତୀୟ ଟିମର କିଛି ଖେଳାଳି ଦୁବାଇରୁ ସିଧା ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ଫ୍ଲାଇଟ କିଛି ସମୟ ପୂର୍ବରୁ ମୁମ୍ବାଇରେ ପହଞ୍ଚିଛି। ଏହା ଫ୍ଲାଇଟ କିଛି ସମୟ ପୂର୍ବରୁ ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ଡ କରିଛି।

ଅଧିନାୟକ ରୋହିତ ଶର୍ମା ପରିବାର ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି। ତାଙ୍କୁ ଦେଖିବା ଲାଗି ଫ୍ୟାନ୍ସଙ୍କ ଭିଡ଼ ଜମିଛି।

ଭାରତୀୟ ଟିମ୍ Emiratesର ବିମାନ ନମ୍ବର EK 508ରେ ଯାତ୍ରା କରି ମୁମ୍ବାଇରେ ଲ୍ୟାଣ୍ଡ କରିଛନ୍ତି। ଆଜି ବିଳମ୍ବିତ ରାତିରେ ସମସ୍ତ ଖେଳାଳିମାନେ ନିଜ-ନିଜ ସହରକୁ ଫେରିଛନ୍ତି। ମୁମ୍ବାଇ ଏୟାରପୋର୍ଟରେ କ୍ୟାପ୍ଟେନ ରୋହିତ ଶର୍ମାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଦିଲ୍ଲୀ ଏୟାରପୋର୍ଟରେ ବାରତୀୟ ଟିମର ହେଡ କୋଚ ଗୌତମ ଗମ୍ଭୀରଙ୍କ ସହ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେ ମିଡିଆ ସହ ଅନେକ କଥାବର୍ତ୍ତା ମଧ୍ୟ ହୋଇଛନ୍ତି।