ମୁଣ୍ଡଧରି ବସିଛି ପାକିସ୍ତାନ! ଆତଙ୍କବାଦୀଙ୍କ କବଳରେ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ, ଗଡ଼ୁଛି ପାକ୍ ସେନା ମୁଣ୍ଡ
ବିପଦରେ ପାକିସ୍ତାନ । ପଣବନ୍ଦୀଙ୍କୁ କେମିତି ମୁକ୍ତ କରିବେ ଶେହେବାଜ ସରିଫ ।
କରାଚୀ: ମଙ୍ଗଳବାର ପାକିସ୍ତାନ ପାଇଁ ପାଲଟିଛି କଳାଦିବସ । ଯାତ୍ରୀବାହୀ ଟ୍ରେନକୁ ହାଇଜ୍ୟାକ୍ କରିଛି ବେଲୁଚିସ୍ତାନ ଲିବରେଶନ୍ ଆର୍ମି (ବିଏଲଏ) । ଜାଫର ଏକ୍ସପ୍ରେସର ୧୮୨ ଜଣଙ୍କୁ ପଣବନ୍ଦୀ କରି ରଖିଥିବାବେଳେ ପାକିସ୍ତାନର ୧୫୦ ସେନା ନିହତ ହୋଇଥିବା ଜଣାପଡ଼ିଛି ।
ଟ୍ରେନ ହାଇଜ୍ୟାକ ପରେ ପାକିସ୍ତାନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ଉଦ୍ଧାର ପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ପ୍ରୟାସ ଚାଲିଥିବାବେଳେ ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ମଧ୍ୟ ଯୋଜନା ଚଳାଇଛି ।
୯ ବଗି ବିଶିଷ୍ଠ ଜାଫର ଏକ୍ସପ୍ରେସରେ ପାଖାପାଖି ୪୦୦ ଯାତ୍ରୀ ଯାଉଥିଲେ । କେବଳ ଯାତ୍ରୀ ନୁହନ୍ତି, ପାକ ସେନାଙ୍କୁ ମଧ୍ୟ ବନ୍ଦୀ କରି ରଖାଯାଇଥିବା କୁହାଯାଉଛି ।
ବର୍ତ୍ତମାନ ସମୟରେ ଆତଙ୍କବାଦୀଙ୍କ କବଳରୁ ଯାତ୍ରୀ ଓ ସେନା କର୍ମଚାରୀଙ୍କୁ କିପରି ମୁକ୍ତ କରିବେ ତାହା ଏବେ ଶେହେବାଜ ସରିଫ ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ।