Breaking: ହୁତୁହୁତୁ ହୋଇ ଜଳିଗଲା କାର୍, ଡ୍ରାଇଭର କାର୍ ଭିତରେ ଜୀଅନ୍ତା ଜଳି ମରିଗଲେ

ହୁତୁହୁତୁ ହୋଇ ଜଳିଗଲା କାର୍। କାର୍ ଭିତରେ ଥିବା ଡ୍ରାଇଭର ମଧ୍ୟ ଜୀଅନ୍ତା ଜଳିଗଲେ। ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ହେଲେ ସେତେବେଳେକୁ ସବୁ କିଛି ଜଳି ପୋଡି ପାଉଁଶ ହୋଇଯାଇଥିଲା।

ପାରାଦୀପ: ସକାଳୁ ସକାଳୁ ବଡ଼ ଅଘଟଣ। କାର୍ ସହ ଜଳିଗଲେ ଡ୍ରାଇଭର। ହୁତୁହୁତୁ ହୋଇ ଜଳିଗଲା କାର୍। କାର୍ ଭିତରେ ଥିବା ଡ୍ରାଇଭର ମଧ୍ୟ ଜୀଅନ୍ତା ଜଳିଗଲେ। ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା। ହେଲେ ସେତେବେଳେକୁ ସବୁ କିଛି ଜଳି ପୋଡି ପାଉଁଶ ହୋଇଯାଇଥିଲା। ନିଆଁ ଲିଭିବା ବେଳକୁ କାରଟିର ଆଉ କୌଣସି ଅବସ୍ଥା ନଥିଲା। କି ଡ୍ରାଇଭରର ମଧ୍ୟ ଜୀବନ ନଥିଲା।

ଏପରିକି ଡ୍ରାଇଭର ଜଣଙ୍କ ପୁରା ଜଳିଯାଇଥିଲେ। ତେଣୁ ତାଙ୍କର ପରିଚୟ ମିଳିପାରୁନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଯାହା ଜଣା ପଡିବ। ତେବେ ଏହି ଘଟଣାଟି ଆଜି ସକାଳୁ ସକାଳୁ ଘଟିଛି।

ସକାଳେ କାରଟି ପାରାଦୀପ ସହର ଉପକଣ୍ଠ ହାତୀଟାଙ୍କି ନିକଟରେ ହୁତୁହୁତୁ ହୋଇ ଜଳୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

କାର୍‌ ଭିତରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ କାର୍‌ ଭିତରେ ଥିବା ଡ୍ରାଇଭର ଜଣଙ୍କ କିଏ, ସେ କୁଆଡେ ଯାଉଥିଲେ, କିପରି କାର୍‌ରେ ନିଆଁ ଲାଗିଲା ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି।