ଗିରଫ ହେଲେ ଅର୍ଥମନ୍ତ୍ରୀଙ୍କ ଭଣଜା, ମାରି ଦେଇ ଫେରାର ହୋଇଯାଇଥିଲେ

ନିର୍ମଳା ସୀତାରମଣଙ୍କ ପୁତୁରା ଗିରଫ। ରାସ୍ତାରେ ଜଣେ ଲୋକଙ୍କୁ ମାରି ଦେଇ ଗାଡି ନେଇ ଫେରାର ହୋଇଯାଇଥିଲେ! ଏବେ ପୋଲିସ ହେପାଜତରେ।

ତାମିଲନାଡୁ: ମାଇଁ ହେଉଛନ୍ତି ଅର୍ଥମନ୍ତ୍ରୀ। ହେଲେ ଭଣଜା ଅଭିଯୁକ୍ତ। ମାଇଁ ହେଉଛନ୍ତି ସରକାରୀ ଦଳର ଜଣେ ବରିଷ୍ଠ ମନ୍ତ୍ରୀ। ହେଲେ ଭଣଜା ଅଭିଯୁକ୍ତ ଭାବରେ ଗିରଫ ହୋଇ ଥାନାରେ। ଏହି କଥାଟି ଆପଣଙ୍କର ହଜମ ହେଉନି ନା। କିଛି ବୁଝି ଡପାରୁନାହାନ୍ତି ନା।

ତେବେ ଘଟଣା ଏହାକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭଣଜାଙ୍କୁ ପୋଲିସ ଗିରଫ କରିଛି। ଆଜି ସକାଳେ ନିର୍ମଳାଙ୍କ ଭଣଜାଙ୍କୁ ତାମିଲନାଡୁ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ବୋଲି ଚିହ୍ନଟ କରିଛି। ପଚରାଉଚରା ପରେ ତାଙ୍କୁ ଗିରଫ କରି ଥାନାକୁ ନେଇଯାଇଛି।

ଦୁର୍ଘଟଣା: ତେବେ ଘଟଣା ହେଉଛି ରବିବାରର। ତାମିଲନାଡୁର ଭିଲୁପୁରମ ଜିଲ୍ଲାର ଓଲାକୁର ନିକଟରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ହେଲେ ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣା କାରୀ ସେଠାରୁ ପଳାଇଯାଇଥିଲା। ଅନେକ ଚେଷ୍ଟା ପରେ ଯେତେବେଳେ ଅଭିଯୁକ୍ତର ପତ୍ତା ମିଳିଲାନି। ଶେଷରେ GST ରାସ୍ତାରେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା ପୋଲିସ। ଆଉ ଅଭିଯୁକ୍ତର ଠିକଣା ମଧ୍ୟ ପାଇଲା।

ପୁତୁରା ଗିରଫ: ତେବେ ଏକ ଗଣମାଧ୍ୟମ ରିଲିଜ୍ କୁ ଉଦ୍ଧୃତ କରି ରିପୋର୍ଟ ଅନୁଯାୟୀ, ଆକ୍ସିଡେଣ୍ଟ କରିଥିବା ଲୋକ ଆଉ କେହି ନୁହେଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭଣଜା। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ସୀତାରମଣଙ୍କ ଅଭିଯୁକ୍ତ ଭଣଜାକୁ ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା ପାଇଁ ଓଲାକୁର ପୋଲିସ ଷ୍ଟେସନରେ ଅଟକ ରଖାଯାଇଛି।

ମୃତକ ଡି ନାରାୟଣସାମୀ (୩୯) ତାଙ୍କ ପତ୍ନୀ ମୀନା (୩୧)ଙ୍କ ସହିତ କୋଙ୍ଗାନାଥଲ ଗ୍ରାମର ଏକ ସ୍କୁଟିରେ ମେଲମାଲାୟନୁର ମନ୍ଦିରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଓଙ୍ଗୁର ସେତୁ ନିକଟରେ, ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ କାର ସ୍କୁଟିକୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା।

ସ୍ତ୍ରୀ ଗୁରୁତର: ତେବେ ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଆଚାରପକ୍କମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଲାକୁର ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁର୍ଘଟଣାଗ୍ରସ୍ତ ଏକ ଅଡି କାର ଚଳାଉଥିଲା।