ମତେ ମୋ ଟଙ୍କା,ସୁନା ଦରକାର, ଦାବି କଲା ପ୍ରେମିକ, ଏତିକିରେ ପ୍ରେମିକକୁ ମାଡ଼ ମାରି ବିଷ ପିଆଇଦେଲା ପ୍ରେମିକା
ଲିଭ୍-ଇନରେ ରହୁଥିଲେ ପୁଇ-ଝିଅ। ଭାଙ୍ଗିଗଲା ସମ୍ପର୍କ। ସୁନା ଗହଣା ସହ ଟଙ୍କା ଦାବି କଲା ପ୍ରେମିକ। ଅନ୍ୟ ସହଯୋଗୀ ସହ ମିଶି ନିସ୍ତୁକ ମାଡ଼ ମାରିବା ସହ ପ୍ରେମିକକୁ ବିଷ ପିଆଇଦେଲା ପ୍ରେମିକା।
ଉତ୍ତରପ୍ରଦେଶ: ଲିଭ୍-ଇନ୍ ସମ୍ପର୍କ, ପରେ କଳି, ତାପରେ ଅଲଗା। ଆଉ କଥା ଏତେବାଟ ବିଗିଡି ଗଲା ଯେ, ଶେଷରେ ଯାହାକୁ ଦିନେ ମନ ଦେଇ ଭଲ ପାଉଥିଲା, ତାକୁ ହିଁ ମାଡ଼ ମାରି ଲହୁ ଲୁହାରଣ କଲା। ଆଉ ଶେଷରେ ଜୋର ଜବରଦସ୍ତି ବିଷ ପିଆଇ ଦେଲା।
ଏମିତି ଘଟଣା ପୂର୍ବରୁ ମଧ୍ୟ ଆପଣମାନେ ଶୁଣିଥିବେ। କି ପ୍ରେମିକ ପ୍ରେମିକା ଉପରେ ଅତ୍ୟାଚାର କରିବା ଘଟଣା। ହେଲେ ଏଠି ଓଲଟା ଘଟଣା ଘଟିଛି। ପ୍ରେମିକକୁ ମାଡ ମାରି ଲହୁ ଲୁହାଣ କରିବା ପରେ ସହଯୋଗୀ ସହ ମିଶି ବିଷ ପିଆଇଦେଇଛି।
ଲିଭ୍-ଇନ୍ ସମ୍ପର୍କ: ଘଟଣାଟି ହେଉଛି ଉତ୍ତରପ୍ରଦେଶ ହମିରପୁରର। ଯେଉଁଠାରେ ଶୈଳେନ୍ଦ୍ର ଗୁପ୍ତା ନାମତ ଜଣେ ଯୁବକ ଏକ ଘରୋଇ କମ୍ପାନୀରେ ଡାକ୍ତରୀ ପ୍ରତିନିଧି ଭାବରେ କାମ କରନ୍ତି। ସେ ଚାରି ବର୍ଷ ପୂର୍ବେ କାଳିପାହାରି ଗାଁର ଜଣେ ଯୁବତୀଙ୍କୁ ମନ ଦେଇ ବସିଥିଲେ।
ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯେ, କେହି କାହାରିକୁ ଛାଡି ରହିପାରୁନଥିଲେ। ଏଥିପାଇଁ ଦୁହେଁ ଏକ ଘର ଭଡା ନେଇ ଲିଭ୍-ଇନରେ ରହିବାକୁ ଲାଗିଲେ। ସବୁକିଛି ଠିକଠାକ୍ ଚାଲିଥିଲା। ବର୍ଷ ବର୍ଷ ଧରି ଶୈଳେନ୍ଦ୍ର ତାଙ୍କ ପ୍ରେମିକାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ମହଙ୍ଗା ଅଳଙ୍କାର, ଲକ୍ଷ ଲକ୍ଷ ନଗଦ ଟଙ୍କା ମଧ୍ୟ ଦେଉଥିଲେ।
ପ୍ରେମିକାଙ୍କର ଅନ୍ୟତ୍ର ସମ୍ପର୍କ: ହେଲେ ଧୀରେ ଧୀରେ ପ୍ରେମିକା ଜଣଙ୍କ ଶୈଳେନ୍ଦ୍ରଙ୍କଠାରୁ ଦୂରେଇବାକୁ ଲାଗିଲେ। ଏବଂ ଅନ୍ୟ ପୁରୁଷଙ୍କ ସହ ଭେଟିବା ଆରମ୍ଭ କଲେ। ଶେଷରେ ସେଇଆ ହିଁ ହେଲା। ଶୈଳେନ୍ଦ୍ରଙ୍କ ଠାରୁ ପ୍ରେମିକା ଜଣ ଦୂରେଇ ଯାଇ ଅନ୍ୟ ପୁରୁଷ ସହ ସମ୍ପର୍କ ଗଢିଲେ।
ଜିନିଷ ଫେରାଇବାକୁ ଦାବି: ଯେତେବେଳେ ପ୍ରେମିକା ଜଣଙ୍କ ଶୈଳେନ୍ଦ୍ରଙ୍କ ଠାରୁ ଦୂରେଇ ଯାଇ ଅନ୍ୟ ପିଲାଙ୍କ ସହ ସମ୍ପର୍କ ଗଢିବାକୁ ଲାଗିଲେ। ସେତେବେଳେ ପ୍ରେମିକ ଜଣଙ୍କ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ସୁନା ଏବଂ ଟଙ୍କା ଫେରାଇ ବାକୁ ଦାବି କଲେ।
ଯାହା ସେ ଲିଭ୍-ଇନରେ ରହୁଥିବା ବେଳେ, ପ୍ରେମିକାଙ୍କୁ ଦେଇଥିଲେ। ହେଲେ ଏହି କଥାରେ ରାଗି ଯାଇଥିଲେ ପ୍ରେମିକା ଜଣଙ୍କ। ଆଉ ଯେତେବେଳେ ଶୈଳେନ୍ଦ୍ର ଭଡ଼ା ଘରକୁ ଯାଇଥିଲେ ଜିନିଷ ଆଣିବା ପାଇଁ, ସେତେବେଳେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ପ୍ରେମିକା।
ଯୁବକଙ୍କୁ ନିସ୍ତୁକ ମାଡ଼: ହଁ ପ୍ରେମିକ ଜଣଙ୍କ ଦେଇଥିବା ଟଙ୍କା ଏବଂ ସୁନା ଗହଣା ଫେରାଇବାକୁ ଦାବି କରିବାରୁ ପ୍ରେମିକା ଜଣଙ୍କ ତାଙ୍କ ଉପରେ ଆକ୍ରମଣ କରିଥିଲେ। ନିଜର ଦୁଇ ସହଯୋଗୀ ଦୀପକ ଏବଂ ହାପିଙ୍କ ସହ ମିଶି ଶୈଳେନ୍ଦ୍ରଙ୍କୁ ପ୍ରବଳ ମାଡ ମାରିଥିଲେ।
ଏପରିକି ମାଡ ମାରି ଲହୁ ଲୁହାଣ କରିବା ପରେ ବାଧ୍ୟ କରି ବିଷାକ୍ତ ଖାଦ୍ୟ ଖୁଆଇ ଦେଇଥିଲେ। ଏହି ଘଟଣା ପରେ ଶୈଳେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା।
ଶୈଳେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ଶୈଳେନ୍ଦ୍ର ତାଙ୍କ ପୂର୍ବତନ ସାଥୀ ଏବଂ ତାଙ୍କ ସହଯୋଗୀମାନଙ୍କ ବିରୁଦ୍ଧରେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି- ସେମାନେ ତାଙ୍କୁ ବ୍ଲାକମେଲ୍ କରୁଛନ୍ତି ଏବଂ ଯଦି ସେ ତାଙ୍କ ଟଙ୍କା ଏବଂ ମୂଲ୍ୟବାନ ଜିନିଷପତ୍ର ଫେରସ୍ତ ଦାବି ଜାରି ରଖନ୍ତି, ତେବେ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯିବ ବୋଲି ଧମକ ଦେଇଛନ୍ତି।