ଆପଣ ନକଲି ପନିର ଖାଉ ନାହାନ୍ତି ତ? ମାତ୍ର ୧ମିନିଟରେ ଚିହ୍ନନ୍ତୁ ଏପରି

ପନିର ଅସଲି କି ନକଲି କେମିତି ଚିହ୍ନିବେ ଜାଣନ୍ତୁ

ଓଡ଼ିଶା ଭାସ୍କର: ନକଲି ପନିରକୁ ଖାଇ ଅନେକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି। ଏହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପଦକ୍ଷେପ ନେବା ପରେ ମଧ୍ୟ ଏହି କଳା ଧନ୍ଦା ଦେଶରୁ ଦୂରେଇ ପାରିନି।

ନକଲି ପନିରରେ ମିଲ୍କ ଫ୍ୟାଟ ଏବଂ ସୋୟା ଫ୍ୟାଟ ବ୍ୟତୀତ ଅନ୍ୟ ଫ୍ୟାଟ ମଧ୍ୟ ମିଳିଛି। ଖାଦ୍ୟ ବିଭାଗ ପନିରରେ ବହୁ ପରିମାଣରେ ମିଶ୍ରଣର ପୃଷ୍ଟି କରିଛି।

ଏଥିରେ ୟୁରିୟା, କୋଲତାର ଡାଇ, ଡିଟରଜେଣ୍ଟ, ସଲଫରିକ ଏସିଡ ମିଶାଯାଉଛି। ତେବେ ଆସନ୍ତୁ ଜାଣିବା ଘରେ ବସି ନକଲି ପନିରକୁ କିପରି ଚିହ୍ନିବା।

ନକଲି ପନିର ଚିହ୍ନିବେ କେମିତି:

-ପନିରର ଏକ ଅଂଶ ଭାଙ୍ଗନ୍ତୁ। ଯଦି ସହଜରେ ଭାଙ୍ଗିଯାଉଛି ତେବେ ଜାଣନ୍ତୁ ଏହା ଅସଲି। ଯଦି ଟାଣ ଲାଗୁଛି ତେବେ ଏହା ନକଲି।

ଏଥିସହ ଘିଅ ବାସ୍ନା ଏବଂ ସ୍ୱାଦରେ ଭଲ ଆସିଲେ, ଏହା ଅସଲି ଏବଂ ଏହା ଭାଙ୍ଗିଗଲେ ଜାଣନ୍ତୁ ନକଲି।

-ପନିରକୁ ଗରମ ପାଣିରେ ଫୁଟାନ୍ତୁ। ଥଣ୍ଡା ହେବା ପରେ ଏହା ଉପରେ ଆୟୋଡିନ ଟିଂଚରର ୪-୬ ବୁନ୍ଦା ପକାନ୍ତୁ।

ପନୀର ଯଦି ନୀଳ ପଡିଯାଏ ତେବେ ଏହା ନକଲି, ଯଦି ରଙ୍ଗ ନ ବଦଳୁଛି ତେବେ ଏହାକୁ ଆପଣ ଖାଇପାରିବେ।

-ପନିରକୁ ପାଣିରେ ଫୁଟାନ୍ତୁ। ଥଣ୍ଡା ହେବା ପରେ ସୋୟାବିନ ବା ବିରି ଡାଲିକୁ ପେଶୀ ତା’ର ପାଉଡରକୁ ଏଥିରେ ଛିଞ୍ଚି ଦିଅନ୍ତୁ।

ଯଦି ଏହା ନାଲି ରଙ୍ଗର ହେଲା, ଜାଣନ୍ତୁ ଏହା ନକଲି ଏବଂ ଏଥିରେ ୟୁରିଆ ମିଶାଯାଇଛି।