ପୋଷ୍ଟାଲରେ ୨୧,୪୨୩ ପଦବୀ ଖାଲି, ଅଧିକ ଜାଣିବା ପାଇଁ ପଢ଼ନ୍ତୁ ଖବର

ଡାକଘରେ ନିଯୁକ୍ତି ସୁଯୋଗ । ଏତିକି ପଦବୀ ପଡ଼ିଛି ଖାଲି ।

ନୂଆଦିଲ୍ଲୀ: ପୋଷ୍ଟାଲରେ ନିଯୁକ୍ତ ନେଇ ଆସିଛି ବଡ଼ ସୁଯୋଗ । ଏହାର ଅଫିସିଆଲ ୱେବସାଇଟ୍ ପେଜରେ ଯାଇ କରିପାରିବେ ଆବେଦନ । ଗ୍ରାମୀଣ ଡାକ ସେବକ (ଜିଡିଏସ୍) ପଦ ପାଇଁ ବାହାରିଛି ବିଜ୍ଞପ୍ତି ।

ବିଭାଗ ପକ୍ଷରୁ ୨୧,୪୧୩ ପଦ ପାଇଁ ବାହାରିଛି ବିଜ୍ଞପ୍ତି । ମାର୍କ ଆଧାରରେ ଆବେଦନକାରୀଙ୍କ ଚୟନ କରାଯିବ । ୧୦ମ ବୋର୍ଡ ପରୀକ୍ଷା ନମ୍ବର ଆଧାରରେ ନିଯୁକ୍ତି ମିଳିବ ।

ଅଫିସିଆଲ ୱେବସାଇଟ୍ indiapostgdsonline.gov.in.ରେ ଯାଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବେ । ଏହାପରେ ଆପ୍ଲାଏ ଅନଲାଇନ୍ ଟ୍ୟାବକୁ କ୍ଲିକ କରି ଆପ୍ଲିକେଶନ୍ ଷ୍ଟାଟସ୍ ଅପସନକୁ ଯିବେ । ରେଜିଷ୍ଟ୍ରେଶନ୍ ନମ୍ବର ଦେଇ ସବମିଟ କରିବେ । ଏ ପରିଭାବେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ।

ଜିଡିଏସ୍ ପଦ ପାଇଁ ଗତ ଫେବୃଆରୀ ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ୧୦ ତାରିଖରୁ ହିଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଏ ନେଇ ଅଧିକ ଜାଣିବା ପାଇଁ ପୋଷ୍ଟାଲର ଅଫିସିଆଲ ୱେବସାଇଟ ଭିଜିଟ୍ କରିବା ଆବଶ୍ୟକ ।