ଗୁଜୁରାତି କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରେ ନାହିଁ ବରଂ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏଥିରେ ଫାଇଟୋକେମିକାଲ୍ସ ଥାଏ। ଯାହାର ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ। ହାର୍ଟ୍ ଏବଂ ମୁଖ ପାଇଁ ମଧ୍ୟ ଗୁଜୁରାତି ଖାଇବା ବହୁତ ଲାଭଦାୟକ।
ଏହା ବହୁ ଦିନ ଧରି ରୋଷେଇ ଏବଂ ଔଷଧ ଭାବରେ ବ୍ୟବହୃତ ହୋଇଆସୁଛି। ଗୁଜୁରାତିର ଏକ ସ୍ବତନ୍ତ୍ର ସ୍ବାଦ ଅଛି, ଯାହା ମିଠା ଏବଂ ସ୍ବାଦିଷ୍ଟ ଖାଦ୍ୟ ଉଭୟକୁ ପରିପୂରକ କରେ। ଲୋକମାନେ ଗୁଜୁରାତିକୁ ତରକାରୀ, ମିଠା ଏବଂ ମାଂସ, କଫି ଏବଂ ଚା ଭଳି ପାନୀୟରେ ବ୍ୟବହାର କରିଥାନ୍ତି।
ଜଣେ ଦିନକୁ ୨ରୁ ୩ଟି ଗୁଜୁରାତି ଖାଇବା ଉଚିତ। ଗୋଟିଏ ଦିନରେ ଏହାଠାରୁ ଅଧିକ ଗୁଜୁରାତି ଖାଇବା ଉଚିତ ନୁହେଁ। କାରଣ ଏହା ବହୁତ ଗରମ। ଆପଣ ଗୁଜୁରାତିକୁ ଚୋବାଇ ଖାଇପାରିବେ। ସକାଳେ ଖାଲି ପେଟରେ ଗୁଜୁରାତି ଖାଇବା ଭଲ। ଖାଲି ପେଟରେ ପାଣି ସହିତ ଗୁଜୁରାତି ଖାଇପାରିବେ। ଏହାର ଅନେକ ଲାଭ ଅଛି।
ହଜମ ପାଇଁ ସହାୟକ:
ଛୋଟ ଗୁଜୁରାତି ଏହାର ପାଚନ ଗୁଣ ପାଇଁ ଜଣାଶୁଣା। ଏହା ବଦହଜମୀ, ପେଟ ଫୁଲିବା, ଗ୍ୟାସ ଏବଂ ଅନ୍ୟାନ୍ୟ ପେଟ ସମସ୍ୟାରୁ ମୁକ୍ତି ଦେଇପାରେ। ଏହା ପାକସ୍ଥଳୀରେ ଥିବା ଏନ୍ଜାଇମଗୁଡ଼ିକୁ ସକ୍ରିୟ କରିଥାଏ ଯାହା ହଜମରେ ସାହାଯ୍ୟ କରେ।
ପାଟିର ଦୁର୍ଗନ୍ଧ ଦୂର କରେ
ଗୁଜୁରାତି ମଞ୍ଜି ଏବଂ ଚୋପା ଚୋବାଇ ଖାଇବା ଦ୍ୱାରା ଆପଣଙ୍କ ଶ୍ୱାସ ସତେଜ ହୋଇପାରେ ଏବଂ ମୁଖ ଦୁର୍ଗନ୍ଧ କିମ୍ବା ହାଲିଟୋସିସ୍ ଦୂର କରିବାରେ ସାହାଯ୍ୟ କରେ। ଏହି କାରଣରୁ ଗୁଜୁରାତି ପ୍ରାୟତଃ ମାଉଥ ଫ୍ରେଶନର ଏବଂ ଚୁଇଙ୍ଗମରେ ବ୍ୟବହାର କରାଯାଏ। କେବଳ ଏତିକି ନୁହେଁ, ଏହା ପାଟିରେ କ୍ଷତିକାରକ ଜୀବାଣୁକୁ ରୋକି ମୁଖ ସହ ଜଡ଼ିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିପାରିବ।
ଗୁଜୁରାତିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି।
ଗ୍ରୀନ୍ ଗୁଜୁରାତି ଫ୍ଲାଭୋନଏଡ୍ସ ଏବଂ ଫେନୋଲିକ ଯୌଗିକ ପରି ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ। ଏଥିରୁ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ମୁକ୍ତ ରାଡିକାଲ୍ସର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ଦୀର୍ଘକାଳୀନ ରୋଗରୁ ରକ୍ଷା ମିଳିପାରିବ।
କିଛି ଗବେଷଣାରୁ ଜଣାପଡ଼ିଛି ଯେ, ଗୁଜୁରାତି ରକ୍ତଚାପ କମାଇବା ଏବଂ କୋଲେଷ୍ଟ୍ରଲ ସ୍ତର ହ୍ରାସ କରି ହାର୍ଟ୍କୁ ଉନ୍ନତ କରିବାରେ ସାହାଯ୍ୟ କରିପାରେ।