ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ବ୍ୟାଙ୍କିଙ୍ଗ କାମ ଘରେ ବସି ମୋବାଇଲ୍ ମାଧ୍ୟମରେ କରାଯାଉଛି । କିନ୍ତୁ ଏପରି ଅନେକ କାମ ଅଛି ଯାହା ପାଇଁ ବ୍ୟାଙ୍କକୁ ଯିବାକୁ ପଡିଥାଏ । ଏଥିରେ ଋଣ ନେବା, ନଗଦ ଜମା କରିବା, ବଡ଼ ପରିମାଣର ଆରଟିଜିଏସ ଏବଂ ଚେକ୍ ଇତ୍ୟାଦି ବିଭିନ୍ନ କାର୍ଯ୍ୟ ଅନ୍ତର୍ଭୁକ୍ତ ।
ଯଦି ଆପଣଙ୍କୁ ଏପ୍ରିଲ ମାସରେ ଏପରି କାମ ପାଇଁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼େ, ତେବେ ନିଶ୍ଚିତ ଭାବରେ ଛୁଟିଦିନଗୁଡ଼ିକର ତାଲିକା ଯାଞ୍ଚ କରନ୍ତୁ । ଯଦି ଆପଣ ଏହି ତାଲିକା ଯାଞ୍ଚ ନକରି ବ୍ୟାଙ୍କକୁ ଯାଆନ୍ତି ଏବଂ ବ୍ୟାଙ୍କ ବନ୍ଦ ଥାଏ, ତେବେ ଆପଣଙ୍କର କେବଳ ସମୟ ନଷ୍ଟ ହେବନି ବରଂ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ବନ୍ଦ ହୋଇଯିବ । ଏପ୍ରିଲ ମାସରେ, ବିଭିନ୍ନ ଜୋନରେ ମୋଟ ୧୬ଟି ବ୍ୟାଙ୍କ ଛୁଟି ରହିବ ।
ଛୁଟି ଲିଷ୍ଟ୍
୧ ଏପ୍ରିଲ୍ ୨୦୨୫: ବାର୍ଷିକ ବ୍ୟାଙ୍କ କ୍ଲୋଜିଂ ହେତୁ ଏହି ଦିନ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୫ ଏପ୍ରିଲ୍ ୨୦୨୫: ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ଯୋଗୁଁ ହାଇଦ୍ରାବାଦ ଏବଂ ତେଲେଙ୍ଗାନାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୬ ଏପ୍ରିଲ ୨୦୨୫: ରବିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୦ ଏପ୍ରିଲ୍, ୨୦୨୫: ମହାବୀର ଜୟନ୍ତୀ ଯୋଗୁଁ ଗୁଜରାଟ, ମିଜୋରାମ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୨ ଏପ୍ରିଲ୍ ୨୦୨୫: ଦ୍ୱିତୀୟ ଶନିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୩ ଏପ୍ରିଲ୍ ୨୦୨୫: ରବିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୪ ଏପ୍ରିଲ୍ ୨୦୨୫: ଆମ୍ବେଦକର ଜୟନ୍ତୀ, ବିଷୁ, ବିଜୁ ଏବଂ ଭୋଗ ବିହୁ ଯୋଗୁଁ ତ୍ରିପୁରା, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଓଡ଼ିଶା, ପଞ୍ଜାବ, ତାମିଲନାଡୁ, ଉତ୍ତରାଖଣ୍ଡ, ସିକିମ୍, ଆସାମ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମଣିପୁର, ରାଜସ୍ଥାନ, ଜମ୍ମୁ, କେରଳ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଗୋଆ, ବିହାର ଏବଂ ଝାଡ଼ଖଣ୍ଡରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୫ ଏପ୍ରିଲ ୨୦୨୫: ବଙ୍ଗାଳୀ ନବବର୍ଷ, ଭୋଗ ବିହୁ ଏବଂ ହିମାଚଳ ଦିବସ ଯୋଗୁଁ ତ୍ରିପୁରା, ଆସାମ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ହିମାଚଳରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୬ ଏପ୍ରିଲ ୨୦୨୫: ଭୋଗ ବିହୁ ଯୋଗୁଁ ଆସାମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୮ ଏପ୍ରିଲ୍ ୨୦୨୫: ଗୁଡ୍ ଫ୍ରାଇଡେ ଯୋଗୁଁ ତ୍ରିପୁରା, ପଞ୍ଜାବ, ଆସାମ, ରାଜସ୍ଥାନ, ଜମ୍ମୁ, ହିମାଚଳ ଏବଂ କାଶ୍ମୀର ବ୍ୟତୀତ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୨୦ ଏପ୍ରିଲ୍ ୨୦୨୫: ରବିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୨୧ ଏପ୍ରିଲ ୨୦୨୫: ଗରିଆ ପୂଜା ଯୋଗୁଁ ତ୍ରିପୁରାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୨୬ ଏପ୍ରିଲ୍ ୨୦୨୫: ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୨୭ ଏପ୍ରିଲ ୨୦୨୫: ରବିବାର ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୨୯ ଏପ୍ରିଲ ୨୦୨୫: ପର୍ଶୁରାମ ଜୟନ୍ତୀ ଯୋଗୁଁ ହିମାଚଳରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୩୦ ଏପ୍ରିଲ ୨୦୨୫: ଅକ୍ଷୟ ତୃତୀୟା ଯୋଗୁଁ କର୍ଣ୍ଣାଟକରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।