ଛାତିଥରା Video.. ଫେରଓ୍ବେଲ ଭାଷଣ ଦେବା ବେଳେ ହସିହସି ଟଳିପଡିଲେ ଛାତ୍ରୀ

ହସିହସି ଭାଷଣ ଦେଉଥିବା ବେଳେ ହୃଦଘାତରେ ଟଳିପଡିଲେ କଲେଜ ଛାତ୍ରୀ ।

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହୃଦଘାତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଏକ ଛାତିଥରା ଘଟଣା ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର କଲେଜରେ ଏକ ବିଦାୟକାଳୀନ ସମାରୋହରେ ଭାଷଣ ଦେଉଥିବା ସମୟରେ ଜଣେ 20 ବର୍ଷୀୟ ଛାତ୍ରୀ ତଳେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ । ମୃତକଙ୍କ ନାମ ବର୍ଷା ଖରାଟ ବୋଲି ଜଣାପଡିଛି । ଆର ଜି ସିନ୍ଦେ କଲେଜରେ ଖୁସିରେ ଭାଷଣ ଦେଉଥିବା ବେଳେ ତାଙ୍କୁ ହାର୍ଟଆଟାକ୍ ଆସିଥିଲା ।

ସମଗ୍ର ଘଟଣାଟି କ୍ୟାମେରାରେ କଏଦ ହୋଇଥିଲା ଏବଂ ଏହା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନଲାଇନରେ ପ୍ରସାରିତ ଭିଡିଓରେ ବର୍ଷା ଚେତାଶୂନ୍ୟ ହୋଇ ପଡ଼ିବା ପୂର୍ବରୁ ହସୁଥିଲେ ଏବଂ ସମାବେଶକୁ ସମ୍ବୋଧିତ କରୁଥିଲେ ।

କଥା କହିବା ସମୟରେ ଅଚେତ ହୋଇଯିବାରୁ ବର୍ଷାଙ୍କୁ ପାରଣ୍ଡାର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ, ବର୍ଷା 8 ବର୍ଷ ବୟସରେ ଷ୍ଟ୍ରୋକର ଶିକାର ହୋଇଥିଲେ କିନ୍ତୁ ଗତ ବାର ବର୍ଷ ଧରି ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇ ନଥିଲା ଏବଂ ସେ କୌଣସି ଔଷଧ ସେବନ କରି ନଥିଲେ ।

ତାଙ୍କ ଭାଷଣ ସମୟରେ ହଠାତ୍ ହୃଦଘାତ ହୋଇଥିଲା ବୋଲି ଅନୁମାନ କରାଯାଉଛି, ଯାହା ଫଳରେ ବ୍ରେନ ଡେଡ୍ ହୋଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

କଲେଜ ପ୍ରଶାସନ ଗଭୀର ଦୁଃଖ ପ୍ରକାଶ କରି ବର୍ଷାଙ୍କ ମୃତ୍ୟୁ ପାଇଁ ଗୋଟିଏ ଦିନ ଛୁଟି ଘୋଷଣା କରିଥିଲା ।