Airtel ଏବଂ BSNLର ସ୍ପନ୍ଦନ ବଢାଇଦେଲା Jio, ୪୬ କୋଟି ଗ୍ରାହକଙ୍କୁ ମିଳିବ ୯୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ କଲିଂ
ରିଲାଏନ୍ସ ଜିଓ ପାଖରେ ନିଜ କୋଟି କୋଟି ୟୁଜର୍ସଙ୍କ ପାଇଁ ଏକ ଦମଦାର ପ୍ଲାନ ରହିଛି। ଜିଓ ନିଜ ପୋର୍ଟଫୋଲିଓରେ ଏକ ଧମାକାଦାର ପ୍ଲାନ ଯୋଡ଼ିଛି।
ନୂଆଦିଲ୍ଲୀ: ସାରା ଦେଶରେ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ତିନୋଟି ପ୍ରମୁଖ ଟେଲିକମ୍ପାନୀ ରହିଛି। ଏଥିରେ ଗ୍ରାହକଙ୍କ ସଂଖ୍ୟା ମାମଲାରେ ଜିଓ ୧-ନଂରେ ରହିଛି। ବର୍ତ୍ତମାନ ଦେଶରେ ୪୬ କୋଟି ଲୋକେ ଜିଓ ନେଟୱର୍କର ଲାଭ ଉଠାଉଛନ୍ତି।
ଜିଓର ଶସ୍ତା ପ୍ଲାନରେ ଗ୍ରାହକଙ୍କର ମଉଜ: ଜିଓର ୯୯୯ ଟଙ୍କିଆ ପ୍ରିପଏଡ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ୯୮ ଦିନର ଲମ୍ବା ଭ୍ୟାଲିଡିଟି ମିଳିଥାଏ। ପ୍ଲାନରେ ଗ୍ରାହକଙ୍କୁ ୯୮ ଦିନ ପର୍ଯ୍ୟନ୍ତ ଲୋକାଲ ଏବଂ ଏସଟିଡି ସମସ୍ତ ନେଟୱର୍କରେ ଅନଲିମିଟେଡ କଲିଂର ସୁବିଧା ମିଳିଥାଏ। ଫ୍ରୀ କଲିଂ ସହ ସମସ୍ତ ନେଟୱର୍କ ପାଇଁ ପ୍ରତି ଦିନ ୧୦୦ ଫ୍ରୀ ଏସଏମଏସ ମିଳିଥାଏ।
ଏହି ପ୍ଲାନରେ ଜିଓ ୟୁଜର୍ସଙ୍କୁ ୨ଜିବି ଡାଟା ପ୍ରଦାନ କରୁଛି। ଅର୍ଥାତ ଆପଣ ସମୁଦାୟ ଭ୍ୟାଲିଡିଟି ସମୟରେ ସମୁଦାୟ ୧୯୬ଜିବି ଡାଟା ବ୍ୟବହାର କରିପାରିବେ। ଜିଓ ଏହି ପ୍ଲାନରେ ଏଲିଜିବଲ ୟୁଜର୍ସଙ୍କୁ ଅନଲିମିଟେଡ ୫ଜି ଡାଟା ମଧ୍ୟ ଅଫର କରୁଛି।
ଏହି ପ୍ଲାନରେ କମ୍ପାନୀ ୯୦ ଦିନ ପାଇଁ ଜିଓ ହଟଷ୍ଟାରର ଫ୍ରୀ ସବସ୍କ୍ରିପସନ ଦେଉଛି। ଅର୍ଥାତ ଆପଣ ୯୦ ଦିନ ପର୍ଯ୍ୟନ୍ତ ମୁଭିଜ, ୱେବସିରିଜର ମଜା ଉଠାଇପାରିବେ। ରିଚାର୍ଜ ପ୍ଲାନ ସହ ଜିଓ ଟିଭିର ଫ୍ରୀ ଆକ୍ସେସ ମଧ୍ୟ ମିଳିଥାଏ।