(Video) ଦେଖି ସହିହେବନି… ଆଖିପିଛୁଳାକେ ଲୋକଙ୍କ ଉପରେ ଚଢ଼ି ଚାଲିଗଲା କାର୍, ରାସ୍ତାରେ ଛିନଛତର ହୋଇ ପଡ଼ିଲେ ଲୋକେ

ଭାଇରାଲ ଭିଡିଓରେ ଲୋମଟାଙ୍କୁରା ଦୃଶ୍ୟ । ନିମିଷକରେ ମାଡ଼ିଚାଲିଗଲା କାର୍ ।

ଓଡ଼ିଶା ଭାସ୍କର: ନ୍ୟୁଜ ଚ୍ୟାନେଲ ବା ଖବର କାଗଜ ବ୍ୟତୀତ ସୋସିଆଲ ମିଡିଆ ଏବେ ଖବରର ଗନ୍ତାଘର ପାଲଟିଯାଇଛି । ବହୁତ ଗୁଡ଼ାଏ ଅଜଣା ଓ ଲୁଚି ରହିଥିବା ଖବର ଏହା ଜରିଆରେ ଲୋକ ଲୋଚନକୁ ଆସିପାରିଛି ।

ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଭିଡିଓ ମନରେ କୌତୁହଳ ଦେଉଛି ତ ଆଉ କିଛି ଭିଡିଓ ମନକୁ ଆନ୍ଦୋଳିତ କରୁଛି ।

ଏମିତି ଏକ ଭିଡିଓ ଏବେ ଏକ୍ସରେ ଭାଇରାଲ ହେଉଛି । ଯେଉଁଥିରେ ଏକ ଛୋଟ ଗଳି ରାସ୍ତାରେ ଲୋକମାନେ ଯାଆସ କରୁଛନ୍ତି । ଠିକ୍ ସେତିକିବେଳେ ଏକ ଧଳା ରଙ୍ଗର କାର୍ ସାମ୍ନା ପଟୁ ଆସି ସେମାନଙ୍କ ଉପରେ ମାଡ଼ି ଯାଉଛି ।

ବାଣରୁ ଚିଙ୍ଗାରି ଛିଟିକି ପଡ଼ିଲା ପରି ଲୋକମାନେ ଛିନଛତର ହୋଇ ଏତେତେଣେ ପଡ଼ିଯାଉଛନ୍ତି । କିନ୍ତୁ କାରବାଲା ଲୋକଙ୍କ ଉପରେ କାର୍ ଚଢ଼େଇ ନେଇ ସିଧା ଫେରାର୍ ହୋଇଯାଇଛି । ଭିଡିଓଟି ରାଜସ୍ଥାନ ଜୟପୁରସ୍ଥିତ ନାହରଗଢ଼ର ବୋଲି ଜଣାପଡ଼ିଛି ।

ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ବାଇକ୍ରେ ସେ କାର୍କୁ ପିଛା କରୁଥିବାର ଦେଖିବାକୁ ମିଳିଛି । ଆହତମାନେ ଯେ ଯାହା ଉଠି ନିଜ ନିଜ ଗାଡ଼ି ଧରି ଯିବାବେଳେ ଜଣେ ଯୁବକ କିନ୍ତୁ ନିସ୍ତେଜ ହୋଇ ରାସ୍ତାରେ ପଡ଼ି ରହିଛନ୍ତି ।

ଯାହାଙ୍କୁ ସେଠାରେ ଥିବା କିଛି ଲୋକ ଚିକିତ୍ସା ପାଇଁ ଟେକିନେଇଯାଉଥିବା ଦେଖାଯାଇଛି । ଭିଡିଓ ଭାଇରାଲ ପରେ ୟୁଜର୍ସ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । କାର ଚାଳକଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।