ଖରାରେ ପଡ଼ି ଯାଇଛି କି ହାତ କଳା: ଘରୋଇ ଉପାୟରେ ଦୂର ହେବ ସନ୍ ଟ୍ୟାନ୍

ଘରୋଇ ଉପଚାରରେ ଦୂର ହେବ ସନ୍ ଟ୍ୟାନ୍। ରୋଷେଇ ଘରେ ଥିବା ୩ଟି ଏପରି ଜିନିଷ ଯାହା ଆପଣଙ୍କୁ ସନ୍ ଟ୍ୟାନରୁ ମୁକ୍ତି ଦେବ।

ନୂଆଦିଲ୍ଲୀ: ଗ୍ରୀଷ୍ମ ଅର୍ଥାତ ଖରା ଦିନେ ସୂର୍ଯ୍ୟଙ୍କ ତାପ ଦୈନଦିନ ଜୀବନରେ ପ୍ରଭାବ ପକାଏ। ଖରାରେ ହାତ, ବେକ,ପାଦର ରଙ୍ଗ କଳା ପଡ଼ିଯାଏ । ଯାହା ଦେଖିବାକୁ ଭଲ ଲାଗେନି । ରଙ୍ଗ ଗୋଳା ହେଉକି କଳା ସନ୍ ଟ୍ୟାନ୍ ସମସ୍ତଙ୍କର ହୁଏ।

ଏହି ଟ୍ୟାନକୁ ହଟାଇବାକୁ ବଜାରରେ ଅନେକ ପ୍ରଡକ୍ଟ ବିକ୍ରି ହେଉଛି। ଯାହା ମହଙ୍ଗା ହେବା ସହ କେମିକାଲ ମଧ୍ୟ। ଏପରି ସ୍ଥିତିରେ ସମସ୍ତେ ଚାହାଁନ୍ତି କି ପ୍ରାକୃତିକ ଉପାୟରେ କିପରି ଦୂର କରିବେ ସନ୍ ଟ୍ୟାନ୍।

ଘରୋଇ ଉପଚାରରେ ଦୂର ହେବ ସନ୍ ଟ୍ୟାନ୍। ରୋଷେଇ ଘରେ ଥିବା ୩ଟି ଏପରି ଜିନିଷ ଯାହା ଆପଣଙ୍କୁ ସନ୍ ଟ୍ୟାନରୁ ମୁକ୍ତି ଦେବ।

ବେସନ ଦହି ପ୍ୟାକ୍: ବେସନ ଏବଂ ଦହି ମିଶ୍ରଣ ତ୍ୱାଚାକୁ ପ୍ରାକୃତିକ ଉପାୟରେ ସଫା କରିବ ଏବଂ ସ୍କିନ୍ ଉଜ୍ୱଳ ଦେଖାଯିବ। ଡେଡ୍ ସ୍କିନ୍ ଦୂର କରିବ ବେସନ। ଦହି ତ୍ୱାଚାକୁ କୋମଳ କରିବ।

କିପରି କରିବେ ବ୍ୟବହାର: ଗୋଟେ ଚାମଚ ବେସନରେ ଏକ ଚାମଚ ଦହି ମିଶାନ୍ତୁ । ଏହି ମିଶ୍ରଣଙ୍କୁ ସନ୍ ଟ୍ୟାନ୍ ପଡ଼ିଥିବା ସ୍ଥାନରେ ଲଗାନ୍ତୁ । ୧୫ରୁ ୨୦ ମିନିଟ ପରେ ନଖ ଉଷୁମ ପାଣିରେ ଏହାକୁ ସଫା କରନ୍ତୁ।

ଲେମ୍ବୁ – ମହୁର ମିଶ୍ରଣ: ଲେମ୍ବୁରେ ପ୍ରାକୃତି ବ୍ଲିଚିଂ ଗୁଣ ଅଛି। ଯାହା ଟ୍ୟାନିଂ କମ କରିବାରେ ସାହାର୍ଯ୍ୟ କରେ। ମହୁ ତ୍ୱାଚାକୁ ପୋଷଣ ଦିଏ। ଏହି ଉପାୟକୁ ବ୍ୟବହାର କରେ ନିହାତି ଲାଭ ପାଇବେ।

ଏହାର ବ୍ୟବହାର: ଗୋଟେ ଲେମ୍ବୁର ରସ ବାହାର କରନ୍ତୁ, ସେଥିରେ ଗୋଟେ ଚାମଚ ମହୁ ମିଶାନ୍ତୁ। ଏହାକୁ ସନ୍ ଟ୍ୟାନ୍ ପଡ଼ିଥିବା ସ୍ଥାନରେ ଲଗାଇବେ ଏବଂ ୧୫ ମିନିଟ୍ ପରେ ଧୋଇଦେବେ।

କାକୁଡ଼ି ରସ ସହ ଗୋଲାପ ଜଳ: କାକୁଡ଼ି ତ୍ୱାଚାକୁ ଥଣ୍ଡା ରଖିବା ସହ ସତେଜ ରଖେ। ଗୋଲାପ ଜଳ ତ୍ୱାଚାକୁ ନରମ ରଖେ। ଏହି ଉପାୟ ସନ୍ ଟ୍ୟାନ୍ ସହ ତ୍ୱାଚାର ପୋଡ଼ାଜଳାକୁ ମଧ୍ୟ ଦୂର କରେ।

କିପରି କରିବେ ବ୍ୟବହାର: ଗୋଟେ କାକୁଡିର ରସରେ କିଛି ପରିମାଣରେ ଗୋଲାପ ଜଳ ମିଶାନ୍ତୁ। ସନ ଟ୍ୟାନ ପଡ଼ିଥିବା ସ୍ଥାନରେ ଏହି ମିଶ୍ରଣକୁ ଲଗାନ୍ତୁ। ୨୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ। ଏସବୁ ଘରୋଇ ଉପଚାର ଦ୍ୱାରା ଦୂର ହେବ ସନ୍ ଟ୍ୟାନ୍।