ସ୍ୱାମୀ ବଦ୍ଧ କଲା ସ୍ତ୍ରୀ… ପୁଣି ମୀରଠ ଭଳି ସ୍ୱାମୀ ହତ୍ୟାକାଣ୍ଡ ଗୁଜୁରାଟରେ, ସ୍ୱାମୀ କଣ୍ଟାକୁ ପ୍ରେମ ରାସ୍ତାରୁ ହଟାଇଲା ସ୍ତ୍ରୀ

ପ୍ରେମିକ ପାଇଁ ସ୍ୱାମୀ ହେଲା ପର । ୪ ବର୍ଷର ପୁଅ ଥାଇ ପ୍ରେମିକ ସହ ସଂସାର ଗଢ଼ିବାକୁ ଚାହୁଁଥିଲେ ମହିଳା ।

ଗାନ୍ଧୀନଗର: ମୀରଠରେ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବା ଘଟଣା ପୁଣିଥରେ ଦୋହରିଛି ଗୁଜୁରାଟରେ । ମହିଳା ନିଜ ସ୍ୱାମୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି ।

ପ୍ରେମରେ କଣ୍ଟା ସାଜୁଥିବା ସ୍ୱାମୀଙ୍କୁ ରୋଡ ଆକ୍ସିଡେଣ୍ଟ ଜରିଆରେ ହତ୍ୟା କରିଛି ସ୍ତ୍ରୀ । ହତ୍ୟା ନେଇ ସ୍ଥାନୀୟ ପୋଲିସ ସ୍ତ୍ରୀ ରିଙ୍କଲ ଏବଂ ପ୍ରେମିକ ଅକ୍ଷୟକୁ ଗିରଫ କରିଛି ।

ରିଙ୍କଲଙ୍କ ପ୍ରେମ ପାଇଁ ସ୍ୱାମୀ ରବିଙ୍କ ବଳି ପଡ଼ିଛି । ୬ ତାରିଖ ଦିନ ରବି ତାଙ୍କ ବୁଲେଟରେ କାବଦରୁ ଜାମନଗର ଯାଉଥିଲେ । ରବିଙ୍କ ଲୋକେଶନ ରିଙ୍କ ପ୍ରେମିକକୁ ପଠେଇ ଦୁର୍ଘଟଣା କରିଥିଲା । ଯାହାଫରେ ଘଟଣାସ୍ଥଳରେ ରବିଙ୍କ ମୃତ୍ୟୁ ହୋଇଥିଲା ।

ପାଖାପାଖି ୧ ବର୍ଷ ହେବ ରିଙ୍କଲ ଓ ଅକ୍ଷୟଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଚାଲିଆସୁଛି । ରିଙ୍କଲ ଓ ରବିଙ୍କ ବାହାଘରକୁ ୮ ବର୍ଷ ପୂରି ଯାଇଥିବାବେଳେ ସେମାନଙ୍କର ୪ ବର୍ଷର ସନ୍ତାନ ଥିଲା । ସେହିପରି ଅକ୍ଷୟ ପୂର୍ବରୁ ବିବାହିତ ହେଲେ, ବର୍ଷେ ହେବ ଅକ୍ଷୟ ତା’ସ୍ତ୍ରୀଠାରୁ ଡିଭୋର୍ସ ନେଇ ଏକୁଟିଆ ରହୁଛି ।

ଦୁହେଁ ଏକାଠି ରହିବାକୁ ଚାହୁଁଥିଲେ । ରିଙ୍କଲକୁ ରବିଙ୍କଠାରୁ ଡିଭୋର୍ସ ନେବାରେ ଅସୁବିଧା ହେଉଥିଲା, ଯାହାପରେ ଦୁହେଁ ମିଶି ରବିଙ୍କୁ ହତ୍ୟାର ଷଡ଼ଯନ୍ତ୍ର କରିଥିବା ସେମାନେ ସ୍ୱୀକାର କରିଛନ୍ତି ।