ଆଠଗଡ଼ରେ ବଡ଼ ଧରଣର ବସ୍ ଦୁର୍ଘଟଣା: ୩୦ରୁ ଅଧିକ ଆହତ

ଆଠଗଡ଼: ରାଜ୍ୟରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଏହିପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ବସ୍ ଦୁର୍ଘଟଣା ହେବାରୁ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା କଟକ ଜିଲ୍ଲା ଆଠଗଡ଼ର ଛତାବର ଛକ ନିକଟରେ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ଆହତ ୩୦ ଜଣଙ୍କ ମଧ୍ୟରୁ ୧୦ରୁ ଅଧିକ ଲୋକ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇବା ମାତ୍ରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଛି । ଏହି ଦୁର୍ଘଟଣା କିପରି ହେଲା, ସେନେଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଛି ।