Breaking: ସାଙ୍ଗକୁ ଟେଷ୍ଟରରେ ମାରି ହତ୍ୟା କଲା ସାଙ୍ଗ
ସାମାନ୍ୟ ବଚସାରୁ ନିଶାସକ୍ତ ଅବସ୍ଥାରେ ଆକ୍ରମଣ ଅଭିଯୋଗ। ସାଙ୍ଗକୁ ଟେଷ୍ଟରରେ ଭୁସି ହତ୍ୟା କଲା ସାଙ୍ଗ।
ରାଉରକେଲା: ସାଙ୍ଗକୁ ହତ୍ୟା କଲା ସାଙ୍ଗ। ସେ ପୁଣି ଟେଷ୍ଟର ଭୁସି। ହଁ ସାମାନ୍ୟ ଟେଷ୍ଟର ଜଣେ ନିରିହ ଯୁବକର ଜୀବନ ନେଇଯାଇଛି। ସାଙ୍ଗର ଟେଷ୍ଟର ପ୍ରହାର ଏତେ ଭୟଙ୍କର ଥିଲା ଯେ ନିଜ ଜୀବନ ବଞ୍ଚାଇପାରିନି ସାଙ୍ଗ।
ହଁ ସାମାନ୍ୟ ବଚସାରୁ ସାଙ୍ଗକୁ ଟେଷ୍ଟରରେ ଭୁସି ହତ୍ୟା କରିଛି ସାଙ୍ଗ। ପ୍ରଥମେ ନିଶା ସେବନ କରିଥିଲା ଅଭିଯୁକ୍ତ। ତାପରେ ପୂର୍ବରୁ ହୋଇଥିବା ବଚସାର ପ୍ରତିଶୋଧ ନେଇଥିଲା। ଆଉ କୋଉଥିରେ ନୁହେଁ, ବରଂ ସାମାନ୍ୟ ଟେଷ୍ଟରରେ ସାଙ୍ଗର ଜୀବନ ନେଇଗଲା।
ଏପରି ଏକ ହୃଦୟବିଦାରକ ହତ୍ୟାକାଣ୍ଡ ଘଟିଛି ରାଉରକେଲା ଉଦିତନଗର ଥାନା ମାଲଗୋଦାମରେ। ସାମାନ୍ୟ ବଚସାରୁ ନିଶାସକ୍ତ ଅବସ୍ଥାରେ ଆକ୍ରମଣ ଅଭିଯୋଗ ହୋଇଛି। ଆକ୍ରମଣ ପରେ ଯୁବକକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ହସ୍ପିଟାଲରେ ମୃତ୍ୟୁ ଘଟିଛି। ଅଭିଯୁକ୍ତକୁ ଅଟକ ରଖାଯାଇଛି।