(Video) ସରକାରୀ ଚାକିରିର ଜଲୱା! ସୁନ୍ଦରୀ କନ୍ୟାକୁ ମିଳିଲା ଏମିତିଆ ବର

ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓ ଲୋକଙ୍କୁ ପୁଣିଥରେ ମନେପକାଇ ଦେଇଛି ଯେ, ସଫଳତା ପ୍ରାପ୍ତ ବ୍ୟକ୍ତିକୁ ସୁନ୍ଦରୀ ସ୍ତ୍ରୀ ମିଳିଥାଏ।

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହଜାର ହଜାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏକ ବିବାହିତ ଯୋଡ଼ି ଏହି ଭିଡିଓରେ ଲୋକଙ୍କ ଦୃଷ୍ଟିଆକର୍ଷଣ କରିଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ବିବାହ ଉତ୍ସବ ଚାଲିଛି। ଷ୍ଟେଜରେ ଠିଆ ହୋଇଥିବା ବୋହୂ ଜଣକ ଖୁବ ସୁନ୍ଦର ଏବଂ ସେ ଅଳଙ୍କାର- ଲେହେଙ୍ଗା ପିନ୍ଧି ସଜେଇ ହୋଇଛନ୍ତି। ଲାଲ୍ ଲେହେଙ୍ଗାରେ ତାଙ୍କ ସୁନ୍ଦରତା କେଉଁ ଅପସରାଙ୍କଠାରୁ କମ ଲାଗୁନାହିଁ।

ଅନ୍ୟପକ୍ଷରେ ବୋହୂ ସାମ୍ନାରେ ବର କିଛି ବି ଦିଶୁନାହାନ୍ତି। ତାଙ୍କ ରଙ୍ଗ ଏବଂ ରୂପକୁ ଦେଖି କିଏ ବି କହିବେନି କି ଏହି ବର, ବଧୂ ପାଇଁ ଫିଟ୍‌। ବର ନିଜ ସ୍ତ୍ରୀ ବେକରେ ବରମାଳା ବି ପିନ୍ଧାଇସାରିଛନ୍ତି, ବର୍ତ୍ତମାନ ସେ ବୋହୂଙ୍କ ବରମାଳା ପିନ୍ଧାଇବାର ଅପେକ୍ଷା କରିଛନ୍ତି।

ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆରେ ଲୋକେ ଆଲୋଚନା କରିବାକୁ ଲାଗିଛନ୍ତି। ଏହି ଭିଡିଓରେ କମେଣ୍ଟ କରି ଅନେକ ଲେଖିଛନ୍ତି, ଏହା ସରକାରୀ ଚାକିରିର କମାଲ।

 

View this post on Instagram

 

A post shared by @sarif_video

ଅନ୍ୟ ଜଣେ ଲେଖିଛନ୍ତି ଯେ, ପ୍ରେମରେ ରୂପ-ରଙ୍ଗ ଦେଖାଯାଇନଥାଏ। ଏହି ଭାଇରାଲ ଭିଡିଓକୁ ଇନଷ୍ଟାଗ୍ରାମରେ @sarif_video ନାମକ ଆକାଉଣ୍ଟରେ ସେୟାର କରାଯାଇଛି।