ଭୁବନେଶ୍ବରରେ ବ୍ୟାପିଲା ଝାଡ଼ାବାନ୍ତି, ୧୪୨ରୁ ଅଧିକ ଆକ୍ରାନ୍ତ ସୂଚନା

ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଝାଡ଼ାବାନ୍ତି ଆତଙ୍କ ।

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବ୍ୟାପୁଛି ଝାଡାବାନ୍ତି ।  ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ୧୩ ନମ୍ବର ୱାର୍ଡରୁ ଏହି ଖବର ସାମ୍ନାକୁ ଆସିଛି ।

ଝାଡ଼ାବାନ୍ତିରେ ୧୪୨ରୁ ଅଧିକ ଆକ୍ରାନ୍ତ ସୂଚନା ରହିଛି । ତେବେ ଖବର ସମସ୍ତଙ୍କର ଚିନ୍ତାର କାରଣ ସାଜିଛି ।

ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଅନୁଧ୍ୟାନ କରିଛି । ଏହି ଖବର ସାମ୍ନାକୁ ଆସିବା ପରେ ରାଜଧାନୀବାସୀଙ୍କର ଚିନ୍ତା ବୃଦ୍ଧି ପାଇଛି ।

ଦୂଷିତ ପାଣି ପିଇ ଏହା ହୋଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି ।  ପାଣି ସମ୍ପରୁ ଅପମିଶ୍ରଣ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ପାଣି ଟାଙ୍କି ଭିତରେ ବିଭିନ୍ନ ଅଳିଆ ଆବର୍ଜନା ପଡି ପଙ୍କ ହୋଇଥିବା ବେଳେ ଦୀର୍ଘଦିନ ଧରି ସଫା ହୋଇନଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ରୋଗୀଙ୍କ ସାମ୍ପୁଲ କଲେକ୍ସନ କରି ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରୁଛନ୍ତି । ସାମ୍ପୁଲ ଟେଷ୍ଟ କରାଯାଇଥିବା ବେଳେ ପାଣି ଦୂଷିତ ରହିଥିବା ପ୍ରକାଶ ପାଇଛି ।