(ଭିଡିଓ ଭାଇରାଲ) ପ୍ରଥମେ ପାଞ୍ଚଟି ଛୁଆ କୁକୁରଙ୍କୁ କାନ୍ଥରେ ପିଟିଲା, ଯିଏ ବଞ୍ଚିଲା ତାକୁ ପଥରରେ ଛେଚିଲା
ହାଇଦ୍ରାବାଦର ସୋସାଇଟି ବେସମେଣ୍ଟ ପାର୍କିଂରେ ଜଣେ ବ୍ୟକ୍ତି ଏଭଳି ଘଟଣା ଘଟାଇଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ହାଇଦ୍ରାବାଦ: ଯେତେବେଳେ ମଣିଷ ପାଲଟେ ଅମଣିଷ। ସେତେବେଳେ ନୃଶଂସର ସବୁ ସୀମା ପାର କରେ ମଣିଷ।
ପ୍ରଥମେ ପାଞ୍ଚଟି କୁକୁରଙ୍କୁ କାନ୍ଥରେ ପିଟି ମାରିଲା, ଯେଉଁ ଛୁଆ କୁକୁର ବଞ୍ଚିଗଲେ ତା ମୁଣ୍ଡରେ ପଥର ଛେଚି ମାରିଲା। ଏସବୁ ପାର୍କିଂରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ମଣିଷ କେମିତି ରାକ୍ଷାଶ ପାଲଟି ଯାଏ ତାହା ଏହି ଭିଡିରେ ଦେଖିବାକୁ ମିଳିଛି।
ହାଇଦ୍ରାବାଦର ସୋସାଇଟି ବେସମେଣ୍ଟ ପାର୍କିଂରେ ଜଣେ ବ୍ୟକ୍ତି ଏଭଳି ଘଟଣା ଘଟାଇଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଏହି ବ୍ୟକ୍ତି ଜଣଙ୍କ ନିଜ ପୋଷା କୁକୁରକୁ ସୋସାଇଟର ପାର୍କିଂରେ ବୁଲାଉଥିଲେ ଏହି ସମୟରେ ଛୁଆ କୁକୁର ପାଞ୍ଚଟି ଏକ ପିଲର ପାଖରେ ଶୋଇଥିବା ବ୍ୟକ୍ତି ଜଣଙ୍କ ଦେଖିଥିଲେ।
ବାଶ୍ ଏତିକିରେ କଥା ସରିଗଲା, ବ୍ୟକ୍ତି ଜଣଙ୍କର ପିତ ଚଢ଼ି ଯାଇଥିଲା। ରାଗରେ ସେ ଗୋଟେ ଗୋଟେ କୁକୁରଙ୍କୁ କାନ୍ଥରେ ପିଟି ପିଟି ମାରିଥିଲେ। ସେତିକିରେ ବି ଏହି ବ୍ୟକ୍ତିଙ୍କ ମନକୁ ଶାନ୍ତି ମିଳିନଥିଲା ଯେଉଁ ଛୁଆ କୁକୁର କାନ୍ଥରେ ପିଟି ହୋଇ ମରିନଥିଲେ ତାଙ୍କୁ ପଥର ପକାଇ ମାରିଦେଲେ।
ବ୍ୟକ୍ତିଙ୍କର ଏହି ସବୁ କତୃତ୍ୱ ପାର୍କିଂରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା। ଅଭିଯୁକ୍ତଙ୍କ ନାଁ ଆଶିଷ। ଏହି ଭିଡିକୁ ସୋସିଆଲ ମିଡିଆରେ ଦେଖିବା ପରେ ପଶୁ ପ୍ରେମିଙ୍କ ଠାରୁ ଆରମ୍ଭ କରି ଅନ୍ୟମାନେ ମଧ୍ୟ ରାଗିଯାଇଥିଲେ।
ମିଡିଆ ରିପୋର୍ଟ ଅନୁସାରେ, ଏହି ମାମଲା ହାଇଦ୍ରାବାଦର ଇଣ୍ଡିଜ୍ ଭିବି ଆବାସିକ ଆପାର୍ଟମେଣ୍ଟର। ଭିଡିଓ ଫୁଟେଜରେ, ଆଶିଷ ତାଙ୍କ ପାଳିତ କୁକୁରକୁ ବୁଲାଉଥିବାର ଦେଖାଯାଉଛି, ଏବଂ ସେହି ସମୟରେ ତାଙ୍କ କୁକୁର ବେସମେଣ୍ଟର ଏକ କୋଣରେ ବସିଥିବା ନବଜାତ କୁକୁରଛୁଆ ପାଖକୁ ଯାଉଛି।
ଆଶିଷକୁ ତାଙ୍କ କୁକୁରଟି କୁକୁରମାନଙ୍କ ସହିତ ଖେଳିବା ପସନ୍ଦ ଆସିଲା ନାହିଁ, ଏବଂ କ୍ରୋଧରେ ସେ ଗୋଟିଏ କୁକୁରକୁ ଅମଣିଷ ପରି ମାରିଥିଲେ।
#Hyderabad: Man Kills Five Newborn Puppies in Apartment Cellar, Shocking Video Emerges
In a disturbing case of animal cruelty, a man in Hyderabad’s Fatehnagar Home Valley allegedly killed five newborn puppies in his apartment cellar. The act, reportedly triggered by a stray dog… pic.twitter.com/E78cX1GHXs
— South First (@TheSouthfirst) April 17, 2025