JEE Mains Result 2025: ଘୋଷଣା ହେଲା ସେସନ୍ ୨ ରେଜଲ୍ଟ, ଏହି ଲିଙ୍କରେ ଦେଖନ୍ତୁ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) JEE ମେନ୍ସ ଫଳାଫଳ ୨୦୨୫ ସେସନ୍ ୨ ପାଇଁ ଘୋଷଣା କରିଛି। ଯେଉଁ ପରୀକ୍ଷାର୍ଥୀମାନେ ମିଳିତ ପ୍ରବେଶ ପରୀକ୍ଷା (JEE) ସେସନ୍ ୨ ପାଇଁ ପରୀକ୍ଷା ଦେଇଛନ୍ତି, ସେମାନେ NTA JEE ର ଅଫିସିଆଲ ଓ୍ୱେବସାଇଟ jeemain.nta.nic.in ରେ ଫଳାଫଳ ଏବଂ ସ୍କୋରକାର୍ଡ ଯାଞ୍ଚ କରିପାରିବେ।

JEE ମେନ୍ସ ସେସନ୍ ୨ ପରୀକ୍ଷା ୨୦୨୫ ଏପ୍ରିଲ ୨, ୩, ୪, ୭, ୮ ଏବଂ ୯ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ଦେଶର ୨୮୫ଟି ସହରରେ ଥିବା ୫୩୧ଟି କେନ୍ଦ୍ରରେ ଏବଂ ଭାରତ ବାହାରେ ୧୫ଟି ସହରରେ ଅନୁଷ୍ଠିତ ହୋଇଥିଲା। JEE ମେନ୍ସ ପେପର ୧ ଏପ୍ରିଲ ୨, ୩, ୪ ଏବଂ ୭ ତାରିଖରେ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହୋଇଥିଲା—ପ୍ରଥମ ସିଫ୍ଟ ସକାଳ ୯ରୁ ମଧ୍ୟାହ୍ନ ୧୨ ପର୍ୟ୍ୟନ୍ତ ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ। ଏପ୍ରିଲ ୮ରେ ଏହା ଏକ ସିଫ୍ଟରେ—ଅପରାହ୍ନ ୩ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। JEE ମେନ୍ସ ପେପର ୨A ଏବଂ ୨B ଏକ ସିଫ୍ଟରେ—ସକାଳ ୯ରୁ ମଧ୍ୟାହ୍ନ ୧୨:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

JEE ମେନ୍ସ ସେସନ୍ ୨ ପେପର ୧ ପାଇଁ ଅସ୍ଥାୟୀ ଉତ୍ତର’ ୨୦୨୫ ଏପ୍ରିଲ ୧୧ରେ ପ୍ରକାଶିତ ହୋଇଥିଲା। ଆପତ୍ତି ଉଠାଇବା ପାଇଁ ସମୟ ଏପ୍ରିଲ ୧୩, ୨୦୨୫ରେ ବନ୍ଦ ହୋଇଥିଲା।

ଯେଉଁ ପରୀକ୍ଷାର୍ଥୀମାନେ ଲିଖିତ ପରୀକ୍ଷାରେ ଭାଗ ନେଇଛନ୍ତି, ସେମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ଫଳାଫଳ ଯାଞ୍ଚ କରିପାରିବେ।

  1. JEE ର ଅଫିସିଆଲ ଓ୍ୱେବସାଇଟ jeemain.nta.nic.in କୁ ଯାଆନ୍ତୁ।
  2. ହୋମ୍‌ପେଜରେ ଉପଲବ୍ଧ JEE ମେନ୍ସ ଫଳାଫଳ ୨୦୨୫ ସେସନ୍ ୨ ଲିଙ୍କରେ କ୍ଲିକ୍ କରନ୍ତୁ।
  3. ଏକ ନୂଆ ପୃଷ୍ଠା ଖୋଲିବ, ଯେଉଁଠାରେ ପରୀକ୍ଷାର୍ଥୀମାନଙ୍କୁ ଲଗଇନ୍ ତଥ୍ୟ ପ୍ରବେଶ କରାଇବାକୁ ପଡ଼ିବ।
  4. ସବମିଟ୍ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ଫଳାଫଳ ପ୍ରଦର୍ଶିତ ହେବ।
  5. ଫଳାଫଳ ଯାଞ୍ଚ କରି ପୃଷ୍ଠାଟି ଡାଉନଲୋଡ୍ କରନ୍ତୁ।
  6. ଭବିଷ୍ୟତ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ।

B.E./B.Tech, B.Arch. ଏବଂ B.Planning ର ମଲ୍ଟିପଲ୍ ଚଏସ୍ ପ୍ରଶ୍ନଗୁଡ଼ିକର ମୂଲ୍ୟାଙ୍କନ ଚୂଡ଼ାନ୍ତ ଉତ୍ତର କି’ ବ୍ୟବହାର କରି କରାଯାଇଛି ଏବଂ JEE (ମେନ୍ସ) – ୨୦୨୫ ର ଫଳାଫଳ ଗଣନା ପାଇଁ ପରୀକ୍ଷାର୍ଥୀଙ୍କ ଦ୍ୱାରା ପ୍ରାପ୍ତ ପ୍ରକୃତ (ର) ମାର୍କ ବ୍ୟବହାର କରାଯାଇଛି।

JEE (ମେନ୍ସ) – ୨୦୨୫ ର ସେସନ୍ ୧ ଏବଂ ସେସନ୍ ୨ ପାଇଁ B.E./B.Tech ରେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କର NTA ସ୍କୋର ମିଶ୍ରଣ କରାଯାଇ ଫଳାଫଳ ସଂକଳନ ଏବଂ ସମୁଦାୟ ମେରିଟ ତାଲିକା/ରାଙ୍କିଂ ପ୍ରସ୍ତୁତ କରାଯାଇଛି। ଯେଉଁ ପରୀକ୍ଷାର୍ଥୀମାନେ ଉଭୟ ସେସନ୍‌ରେ ଭାଗ ନେଇଛନ୍ତି, ସେମାନଙ୍କ ପାଇଁ ଦୁଇଟି NTA ସ୍କୋର (ମୋଟ) ମଧ୍ୟରୁ ସର୍ବୋତ୍ତମଟି ଆଗାମୀ ପ୍ରକ୍ରିୟା ପାଇଁ ବିବେଚନା କରାଯାଇଛି। ଅଧିକ ସମ୍ପର୍କିତ ତଥ୍ୟ ପାଇଁ ପରୀକ୍ଷାର୍ଥୀମାନେ JEE ମେନ୍ସର ଅଫିସିଆଲ ଓ୍ୱେବସାଇଟ ଯାଞ୍ଚ କରିପାରିବେ।