ରାଉରକେଲାରେ ବଡ଼ ଅଘଟଣ: ଆନ୍ଦୋଳନକାରୀ- ପୋଲିସ ମୁହାଁମୁହିଁ, ଜଣେ ମୃତ ଏକାଧିକ ପୋଲିସ ଆହତ

ରାଉରକେଲା: ନୂଆ ରେଳ ଲାଇନ୍ ନିର୍ମାଣକୁ ବିରୋଧ ବେଳେ ଜୀବନ ଗଲା । ବନ୍ଧମୁଣ୍ଡା ଥାନା ବରକାନି ଲୋକଙ୍କ ବିରୋଧ ବେଳେ ଯୁବକ ମୃତ ।

ଜେସିବି ଆଗକୁ ଜଣେ ଯୁବକ ଚାଲି ଆସିବାରୁ ଚାପି ହୋଇ ପ୍ରାଣ ହରାଇଛନ୍ତି । ଜଣଙ୍କ ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା । ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି ।

ମାରଣାସ୍ତ୍ର ଓ ଢ଼େଲାପଥର ମାଡ଼ରେ ୫ରୁ ୬ ପୋଲିସ ଆହତ ହୋଇଥିବା ସୂଚନା । ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆରଏସପି ପକ୍ଷରୁ ରେଲୱେ ଲାଇନ ନିର୍ମାଣକୁ ବିରୋଧରୁ ତୁମୁଳ କାଣ୍ଡ ଘଟିଛି ।