ବିବାହ କଲେ କେଜ୍ରିଓ୍ୱାଲଙ୍କ ଝିଅ, ଜ୍ୱାଇଁଙ୍କ ଯୋଗ୍ୟତା ଜାଣିଲେ ଉଡ଼ିଯିବ ହୋସ୍

ଝିଅ ଆଉ ଜ୍ୱାଇଁଙ୍କ ବିବାହରେ ନାଚିଲେ ଅରବିନ୍ଦ କେଜ୍ରିଓ୍ୱାଲ।

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ ହର୍ଷିତା କେଜ୍ରିୱାଲ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହର୍ଷିତା ତାଙ୍କ କଲେଜ ଫ୍ରେଣ୍ଡ୍‌ ସମ୍ଭବ ଜୈନଙ୍କୁ ସାତ ଜନ୍ମର ସାଥି କରିଛନ୍ତି।

ହେଲେ ଆପଣମାନେ ଜାଣିଛନ୍ତି କି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଜ୍ୱାଇଁଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ଏବଂ ସେ କ’ଣ କରନ୍ତୁ? ଯାହା ଜାଣିଲେ ଆପଣଙ୍କ ହୋସ୍ ମଧ୍ୟ ଉଡିଯିବ। ତେବେ ଆସନ୍ତୁ ଜାଣିବା କେଜ୍ରିଓ୍ୱାଲଙ୍କ ଝିଅ ଓ ଜ୍ୱାଇଁଙ୍କ ଯୋଗ୍ୟତା।

କେଜ୍ରିଓ୍ୱାଲଙ୍କ ଝିଅ ବାହାଘର: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ ହର୍ଷିତା କେଜ୍ରିୱାଲ ସମ୍ବଭ ଜୈନଙ୍କୁ ବିବାହ କରିଛନ୍ତି। ଏହି ବାହାଘର ରାଜଧାନୀ ଦିଲ୍ଲୀର ଏକ ପ୍ରତିଷ୍ଠିତ ଫାଇଭ୍ ଷ୍ଟାର ହୋଟେଲରେ ହୋଇଛି। ବିବାହର କିଛି ଝଲକ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।

ବିବାହରେ କେବଳ ପରିବାର ସଦସ୍ୟ ଏବଂ କିଛି ନିକଟତର ଲୋକ ଯୋଗ ଦେଇଥିଲେ। ଏହି ଅବସରରେ, ଗୁରୁବାର ଆୟୋଜିତ ସଙ୍ଗୀତ କନସର୍ଟରେ ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ପତ୍ନୀଙ୍କ ସହିତ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ନୃତ୍ୟ କରୁଥିବାର ଦେଖାଯାଇଥିଲା।

କେଜ୍ରିଓ୍ୱାଲଙ୍କ ଜ୍ୱାଇଁଙ୍କ ଯୋଗ୍ୟତା: ସମ୍ଭବ ଜୈନ ଆଇଆଇଟି ଦିଲ୍ଲୀର ଛାତ୍ର ଥିଲେ। ଏବଂ ସେହିଠାରେ କେଜ୍ରିଓ୍ୱାଲଙ୍କ ଝିଅ ହର୍ଷିତା ଏବଂ ସମ୍ଭବଙ୍କର ଦେଖା ହୋଇଥିଲା। ବର୍ତ୍ତମାନ ସମ୍ଭବ ଏକ ଘରୋଇ କମ୍ପାନିରେ ପ୍ରୋଜେକ୍ଟ  ମ୍ୟାନେଜମେଣ୍ଟ  କନ୍ସଲଟାଣ୍ଟ ଭାବେ କାମ କରୁଛନ୍ତି।

ଏହା ବ୍ୟତିତ ସମ୍ଭବ ଏବଂ ହର୍ଷିତା ମିଶି କରି ଏକ ଷ୍ଟାର୍ଟଅପ ମଧ୍ୟ ଆରମ୍ଭ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସମ୍ଭବ କହିଥିଲେ ଯେ, ତାଙ୍କ କମ୍ପାନିର ନାଁ ହେଉଛି ଇନ୍‌ଟ୍ରାକ୍ଟ। ଯାହାକୁ  ତାଙ୍କ ସାଙ୍ଗମାନଙ୍କ ସହ ମିଶି  ତିଆରି କରିଛନ୍ତି।

ଏହି  କମ୍ପାନି ଆରମ୍ଭ କରିବା ପୂର୍ବରୁ ସମ୍ଭବ ପ୍ରସିଦ୍ଧ ଆମେରିକୀୟ  ଇନ୍‌ଭେଷ୍ଟମେଣ୍ଟ ଫର୍ମ ବ୍ଲାକ୍‌ଷ୍ଟୋନ ରେ ମଧ୍ୟ କାମ କରିଥିଲେ। ଏହା ବ୍ୟତିତ ସମ୍ଭବ ଜୈନ, ହର୍ଷିତାଙ୍କ ସହ ମିଶି କରି  ବେସିଲ୍‌ ହେଲ୍‌ଥ ପ୍ଳାଟଫର୍ମରେ ମଧ୍ୟ ନଜର ଆସିଥାନ୍ତି। ଯାହା କେବଳ ହେଲ୍‌ଦି ଖାଦ୍ୟ ବିଷୟରେ  ସୂଚନା ଦେଇଥାଏ।

ହର୍ଷିତା ବି କିଛି କମ୍ ନୁହଁନ୍ତି: କେବଳ କେଜ୍ରିଓ୍ୱାଲଙ୍କ ଜ୍ୱାଇଁ ଜଣେ ଆଇଆଇଟି ନୁହଁନ୍ତୁ ବରଂ ତାଙ୍କ ଝିଅ ହର୍ଷିତା ମଧ୍ୟ ଜଣେ ଆଇଆଇଟି। ହର୍ଷିତା କେଜରିୱାଲ ନୋଏଡାର ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା କରିଥିଲେ। ସେ ୨୦୧୪ ମସିହାର IIT JEE ଆଡଭାନ୍ସଡ୍ ପରୀକ୍ଷାରେ ୩,୩୨୨ତମ ସ୍ଥାନ ହାସଲ କରିଥିଲେ।

ତା’ପରେ ସେ IIT ଦିଲ୍ଲୀରୁ କେମିକାଲ ଇଞ୍ଜିନିୟରିଂରେ B.Tech ଡିଗ୍ରୀ ହାସଲ କରିଥିଲେ ଏବଂ ତାଙ୍କ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପାଠପଢ଼ା ସମୟରେ, ତାଙ୍କୁ ଅନେକ ପ୍ରତିଷ୍ଠିତ କମ୍ପାନୀରୁ ଚାକିରି ପ୍ରସ୍ତାବ ମିଳିଥିଲା।