ନିଶିକାନ୍ତଙ୍କ ବଡ଼ ବୟାନ, କହିଲେ ଦେଶରେ ଗୃହଯୁଦ୍ଧ ପାଇଁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ହିଁ ଦାୟୀ

ନୂଆଦିଲ୍ଲୀ,୧୯ା୪:  ସଂସଦ ଦ୍ୱାରା ଗୃହୀତ ୱାକଫ ସଂଶୋଧନ ଆଇନ ୨୦୨୫ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ବିଷୟକୁ ନେଇ ରାଜନୀତି ମଧ୍ୟ ଶୀର୍ଷରେ ପହଞ୍ଚିଛି । ୱାକଫ ଆଇନ ତିଆରି ହେବା ପରେ ମଧ୍ୟ ଏହାକୁ ଏବେ କାର୍ଯ୍ୟକାରୀ  କରାଯାଇପାରିବ ନାହିଁ। ଏହି ମାମଲାକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶରେ ଗୃହଯୁଦ୍ଧ ଲାଗିବା ପାଇଁ ସଞ୍ଜୀବ ଖାନ୍ନା ହିଁ ଦାୟୀ।

ସୋସିଆଲ ମିଡିଆରେ ଦୁବେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ କହିଛନ୍ତି, ସୁପି୍ରମକୋର୍ଟରେ ୱାକଫ ସଂଶୋଧନ ଆଇନ ଉପରେ ଶୁଣାଣି ହେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସୁପି୍ରମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି ।