ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ଭାବପ୍ରବଣ ହେଲେ ମୋଦୀ

ନୂଆଦିଲ୍ଲୀ,୨୧ା୪: ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପୋପ୍ ଫ୍ରାନ୍ସିସ୍‌ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ  ଭାବପ୍ରବଣ ହୋଇ ଇନଷ୍ଟାଗ୍ରାମରେ ଲେଖିଛନ୍ତି: “ପବିତ୍ର ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ଏହି ଦୁଃଖ ସମୟରେ ବିଶ୍ୱ କ୍ୟାଥୋଲିକ୍ ସମ୍ପ୍ରଦାୟ ପ୍ରତି ମୋର ସମବେଦନା। ପୋପ୍ ଫ୍ରାନ୍ସିସ୍ ସର୍ବଦା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା କରୁଣା, ନମ୍ରତା ଏବଂ ଆଧ୍ୟାତ୍ମିକ ସାହସର ପ୍ରତୀକ ଭାବରେ ମନେ ରହିବେ।”

ପୋପ୍ ନିମୋନିଆ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବାବେଳେ ସୋମବାରଙ୍କ ତାଙ୍କର ଦେହାନ୍ତ ହୋଇଛି । ପରଲୋକ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ପୋପ୍ ନିଜର ସରଳତା, ଦରଦୀ ହୃଦୟ, ଗରିବଙ୍କ ପ୍ରତି ସହାନୁଭୂତି ଦେଖାଇ ସେ ବେଶ୍ ପରିଚିତି ହାସଲ କରିଥିଲେ ।

ସେ ପୋପ୍ ପଦବୀରେ ପହଞ୍ଚିବା ପାଇଁ ପ୍ରଥମ ଲାଟିନ୍ ଆମେରିକୀୟ ପାଦ୍ରୀ ଥିଲେ । ସେ ୨୦୧୩ରେ ପୋପ୍ ଉପାଧି ପାଇଥିଲେ ।