fbpx

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର, ୨୫ା୭(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାବ୍ୟକ୍ତ ଜଣାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମସ୍ତଙ୍କ ସ୍ନେହ ଓ ସଦିଚ୍ଛା ପାଇଁ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଏହା ଏକ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଥିଲା ବୋଲି ରାଜ୍ୟପାଳ କହିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ଭଲ ଅଛନ୍ତି ବୋଲି କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ ଜତ ୨୩ତାରିଖ ଦିନ ଆପୋଲୋ ହସ୍ପିଟାଲରେ ରୁଟିନ ଚେକଅପ ଚାଲିଥିଲା ।

Get real time updates directly on you device, subscribe now.