ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା । ଶ୍ରୀମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପାଞ୍ଚ ମହାଦେବ ନରେନ୍ଦ୍ର ଜଳରେ ନୌବିହାର କରିବେ ।
ଏହି ଚନ୍ଦନ ଯାତ୍ରା 21 ଦିନିଆ ଅଟେ । ତେବେ ହାତରେ ମାତ୍ର ଆଉ ଦିନ କେଇଟା ରହିଥିବା ବେଳେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ଛାମୁଣ୍ଡିଆ ମଧ୍ୟ ପ୍ରସ୍ତୁତ କରାଯାଇଛି ।
ଚନ୍ଦନ ଯାତ୍ରାରେ ଠାକୁରଙ୍କ ପାଇଁ 17ଟି ଶେଯ, 2ଟି ମଦଙ୍ଗ, 21ଟି ମାଣ୍ଡି ଏବଂ ଧଳା ଏବଂ ନାଲି ଚାପମଣ୍ଡଳୀ ତିଆରି ହେଉଛି । 2ଟି ଡଙ୍ଗା ପାଇଁ 8ଟି ବାଙ୍କ ତିଆରି ହେଉଛି । 2ଟି ପାଲଙ୍କି ଚାଳି, ପତାକା, ଖଣ୍ଡା ଓ ଛୁରିର ସାଜ୍ଜ ତିଆରି ହେବ ।
ସେହିପରି ସୁନା ବିଞ୍ଛଣା, ଅଳଙ୍କାର ମୁଣି ଏବଂ ପାନ ବଟୁଆ ମଧ୍ୟ ପ୍ରସ୍ତୁତ ହେବ । ନରେନ୍ଦ୍ର ପରିସସରେ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ଠାକୁରଙ୍କ କାର୍ଯ୍ୟ ଯଥାବିଧି ଅନୁସାରେ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
ବାହାର ଚନ୍ଦନ ଯାତ୍ରା ଶେଷ ହେବା ପରେ ଶ୍ରୀମନ୍ଦିର ଭିତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।