INS ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ସ୍କାମ୍‌, ୫ ଜଣ କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ

ବ୍ରେକିଂ: ଆଇଏନଏସ ନିଯୁକ୍ତିରେ ଦୁର୍ନୀତି, ୫ ଗିରଫ

ଖୋର୍ଦ୍ଧା: ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିରେ ୫ ଜଣ ଗିରଫ ହୋଇଥିବା ଖବର ଜଣାପଡିଛି । ୫ ଜଣ ଆଇଏନଏସ କର୍ମଚାରୀଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ ।

ସୂଚନା ମୁତାବକ, ଅଗ୍ନିବୀର ନିଯୁକ୍ତି କରାଇବାକୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ । ଗିରଫଙ୍କ ମଧ୍ୟରେ ୩ ଜଣ ଆଇଏନଏସ ନାଭାଲ ଚିଲିକାରେ କାର୍ଯ୍ୟରତ ।

ଆଉ ୨ ଜଣ ଗିରଫ ହୋଇଥିବା କର୍ମଚାରୀ ଆଣ୍ଡାମାନ ନିକୋବର ଆଇଏନଏସ କେଶରୀରେ କାର୍ଯ୍ୟରତ ଥିଲେ । ଗତ ୧୯ରେ ଏ ନେଇ ବାଲୁଗାଁ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ପୋଲିସ ଯାଞ୍ଚ କରି ଆଜି ଗିରଫ କରିଛି ।