ସମୁଦ୍ରକୁ ଫେରୁଛନ୍ତି କୁନିକୁନି କଇଁଛ ଶାବକ, ମନ ମୋହୁଛି ଅପୂର୍ବ ଦୃଶ୍ୟ

କେନ୍ଦ୍ରାପଡ଼ା,୨୫ା୪: ଚଳିତବର୍ଷ ୫ ତାରିଖରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ୫ ଲକ୍ଷ ୩ ହଜାର ୭୧୯  କଇଁଛ ଅଣ୍ଡା ଦେଇଥିଲେ। ଗହୀରମଥାର ପେଣ୍ଠ ବେଳାଭୂମି, ଅଗରନାସୀ-୨,ସାତଭାୟାରେ ସମୂହ ଅଣ୍ଡାଦାନ କରିଥିଲେ ଲକ୍ଷ ଲକ୍ଷ କଇଁଛ । ଦୀର୍ଘ ୫୦ ଦିନ ଭିତରେ ଅଣ୍ଡାଗୁଡ଼ିକରୁ ୮୨ ଲକ୍ଷ ଶାବକ ଜନ୍ମ ନେଇ ସମୁଦ୍ରକୁ ଯିବା ସମୟର ଅପୂର୍ବ ଦୃଶ୍ୟ ବେଶ୍‌ ମନ ମୋହୁଛି।
ଏହି ପ୍ରକ୍ରିୟା ଆଉ ଦୁଇ ୪ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ରାଜନଗର ଡିଏଫ୍‌ଓ ସୂଚନା ଦେଇଛନ୍ତି। ବିଗତ ବର୍ଷଗୁଡ଼ିକ ଅପେକ୍ଷା ଚଳିତବର୍ଷ ଅଧିକ ସଂଖ୍ୟକ କଇଁଛ ଶାବକ ଜନ୍ମ ହେବା ନେଇ ବନବିଭାଗ ସୂଚନା ଦେଇଛି।