ଲଗାତାର ପଞ୍ଚମ ଦିନରେ ପାକିସ୍ତାନର ଗୁଳିମାଡ଼, କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ

ସୀମାରେ ପାକିସ୍ତାନର ଗୁଳିମାଡ଼, ଜବାବ ଦେଉଛନ୍ତି ଭାରତୀୟ ସେନା

ନୂଆଦିଲ୍ଲୀ: ପୁଣି ଏଲଓସିରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ। ରାତି ସାରା ବିଭିନ୍ନ ସ୍ଥାନରେ ଗୁଳି ବର୍ଷା ଚାଲିଛି। ଲଗାତାର ୫ ଦିନ ହେଲାଣି ପାକିସ୍ତାନ ଏହି ଗୁଳିମାଡ଼ କରିଛି।

ସୂଚନାନୁଯାୟୀ, କୁପୱାଡା, ଅଖନୁର ସେକ୍ଟରରେ ଏହି ଗୁଳିମାଡ଼ କରାଯାଉଛି। ଏହାର ପ୍ରତିଉତ୍ତରରେ କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା।

ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ତୀବ୍ର କରିଛି। ପକିସ୍ତାନ ଲଗାତାର ଅସ୍ତ୍ରବିରତିକୁ ଉଲ୍ଲଘଂନ କରୁଛି।

ପାକିସ୍ତାନ ସୋମବାର ଏବଂ ମଙ୍ଗଳବାର ରାତିରେ ବାରାମୂଲ ଏବଂ କୁପୱାଡା ସହ ଅଖନୂରର ଚୌକିୟାରେ ମଧ୍ୟ ଗୁଳିମାଡ଼ କରିଥିଲା। ଭାରତ ଏଥିରେ କଡ଼ା ଆକ୍ସନ ଗ୍ରହଣ କରିଛି।

ଜମ୍ମୁ-କାଶ୍ମୀରରେ ଥିବା ସ୍ଥାନୀୟ ଆତଙ୍କବାଦୀଙ୍କ ଅଡ଼ାକୁ ଧ୍ୱଂସ କରାଯାଇଛି। ଏଥିସହ ସେନା ଅନେକ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି।