ଅକ୍ଷୟ ତୃତୀୟାକୁ କାହିଁକି ବର୍ଷର ସବୁଠୁ ଶୁଭ ଦିନ କୁହାଯାଏ? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ
କାହିଁକି ପାଳନ କରାଯାଏ ଅକ୍ଷୟ ତୃତୀୟା, ଜାଣନ୍ତୁ
ଓଡ଼ିଶା ଭାସ୍କର: ବନବାସରେ ପାଣ୍ଡବମାନେ ଭୋକିଲା ଥିଲେ। ଏହି ସମୟରେ ଯୁଧିଷ୍ଠିର ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କଲେ। ସୂର୍ଯ୍ୟଦେବ ସେମାନଙ୍କୁ ଏକ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ। ଏକ ଅଲୌକିକ ପାତ୍ର, ଯେଉଁଥିରେ କେବେ ହେଲେ ଅନ୍ନ ସରିବ ନାହିଁ।
ଏହି ସମୟରେ ଧୂର୍ଯ୍ୟଧନ ଏକ ଚାଲ୍ ଚଳାଇ ରୁଷିଙ୍କୁ ପଠାଇଥିଲେ। ଯେଉଁଥିରେ କି ଦ୍ରୌପଦୀ ସେମାନଙ୍କୁ ଖାଇବାକୁ ଦେଇପାରିବେନି। ଋଷି ପହଞ୍ଚିଲା ବେଳକୁ ଦ୍ରୌପଦୀ ଖାଇସାରିଥିଲେ। ଏହି ସମୟରେ ଚିନ୍ତାରେ ପଡ଼ିଗଲେ ଦ୍ରୌପଦୀ, ସେ କୃଷ୍ଣଙ୍କୁ ସ୍ମରଣ କଲେ।
କୃଷ୍ଣ ଆସିଲା ବେଳକୁ ଏହି ପାତ୍ରରେ ମାତ୍ର ୩ଟି ଅନ୍ନ ଥିଲା। ଏହାକୁ ଶ୍ରୀକୃଷ୍ଣ ଆନନ୍ଦରେ ଖାଇଥିଲେ। ଏଥିରେ ସମଗ୍ର ସୃଷ୍ଟି ତୃପ୍ତି ପ୍ରାପ୍ତ କରିଥିଲା। ଏହି ଦିନରୁ ଅକ୍ଷୟର ଅର୍ଥ ହେଲା କେବେ ଶେଷ ହେଉନଥିବା ଆଶୀର୍ବାଦ।
ଏହି ଦିନ ପୁରୀରେ ରଥ ଅନୁକୂଳ ଆରମ୍ଭ ହୋଇଥାଏ। ଚନ୍ଦନ ଯାତ୍ରାର ଆରମ୍ଭ ମଧ୍ୟ ଏହି ଦିନ ହୋଇଥାଏ। କୃଷି ଅଖିମୁଠି ଧରଣୀ ମାତାକୁ ପ୍ରଦାନ କରିଥାଏ।
ଏହି ଦିନ ଘରକୁ ସୁନା ଅଣାଯାଇଥାଏ। କାରଣ ସମୃଦ୍ଧି ଏବଂ ଭଲ କର୍ମର ପ୍ରତୀକ। ଅକ୍ଷୟ ମାନେ କେବେ ସରିବନାହିଁ। ଏହି ଦିନ କିଛି ନୂଆ ଆରମ୍ଭ କରିବାର। ସେଥିପାଇଁ ଏହି ଦିନ କିଛି ନୂଆ ଆରମ୍ଭ କରିବା ଆବଶ୍ୟକ।