କୋଟା: ରାଜସ୍ଥାନର କୋଟାରେ NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ନାବାଳିକା ଝିଅ ଆତ୍ମହତ୍ୟା କରିଛି। NEET ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଝିଅଟି ଫାଶୀ ଦେଇ ଆତ୍ମହତ୍ୟା କରିଛି।
ଆତ୍ମହତ୍ୟାର କାରଣ ଖୋଜିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ଆଜି ଅର୍ଥାତ୍ ୪ ମେ’ରେ ସାରା ଦେଶରେ NEET (UG) ୨୦୨୫ ପରୀକ୍ଷା ଅନୁଷ୍ଠିତ ହେଉଛି।
ରାଜସ୍ଥାନର କୋଟା ସହରରେ ଛାତ୍ରୀଙ୍କ ଆତ୍ମହତ୍ୟାର ମାମଲା ଲଗାତାର ସାମ୍ନାକୁ ଆସୁଛି। ନିକଟରେ NEET ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ମଧ୍ୟ ଆତ୍ମହତ୍ୟା କରିଥିଲେ ଏବଂ ତାଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା।