ଜୋରଜବରଦସ୍ତି ଘରେ ପଶିଲା, ସୀମାର ତଣ୍ଟି କାଟିବା ସହ ଚାପୁଡ଼ା ମାରି ମୁହଁ ଫୁଲେଇଦେଲା !
ସୀମା ହାଇଦର ଘରେ ପଶି ତା'ର ତଣ୍ଟି କାଟି ଜୀବନରୁ ମାରିଦେବାକୁ ଉଦ୍ୟମ।
ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ରାବୁପୁରାରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ଘରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଶନିବାର ଦିନ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୀମାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି।
ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାର ଜଣେ ଯୁବକ ତେଜସ ଝାନି ସୀମାଙ୍କ ଘରେ ଜୋରଜବରଦସ୍ତ ପଶି ହତ୍ୟା ଉଦ୍ଦେଶ୍ୟରେ ସୀମାଙ୍କୁ ଆକ୍ରମଣ କରିଥିଲା। ସୀମାଙ୍କ ତଣ୍ଟି ଚିପିବା ସହ ତାଙ୍କୁ ମାଡ଼ ମାରିଥିଲେ।
ସୀମାଙ୍କୁ ଆକ୍ରମଣ: ଆକ୍ରମଣକାରୀ ଜଣକ ପ୍ରଥମେ ଘରର କବାଟକୁ ଜୋରରେ ଗୋଇଠା ମାରିଥିଲେ। ଏବଂ ତା’ପରେ ଘରେ ଜୋରଜବରଦସ୍ତି ପଶିଥିଲେ। ଏହାସହ ସୀମା ହାଇଦରଙ୍କ ତଣ୍ଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ଏବଂ ସୀମାଙ୍କ ଗାଲକୁ ୪ ରୁ ୫ ଥର ଚାପୁଡ଼ା ମଧ୍ୟ ମାରିଥିଲେ। ସୀମାଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ଏବଂ ପଡ଼ୋଶୀମାନେ ଏକାଠି ହୋଇ ତେଜସକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।
ସୀମା କରୁଥିଲେ କଳାଯାଦୁ: ପୋଲିସ ଆକ୍ରମଣକାରୀକୁ ଯେତେବେଳେ ପଚରାଉଚରା କରୁଥିଲେ, ସେତେବେଳେ ବ୍ୟକ୍ତି ଜଣକ କହିଥିଲେ କି, ସୀମା ଏବଂ ତାଙ୍କ ସ୍ୱାମୀ ସଚିନ ମୀନା ତାଙ୍କ ଉପରେ କଳାଯାଦୁ କରିଥିଲେ।
ଯାହାର ପ୍ରଭାବରେ ସେ ଟ୍ରେନ୍ ଏବଂ ବସ୍ ମାଧ୍ୟମରେ ଗୁଜରାଟରୁ ରାବୁପୁରା ପହଞ୍ଚିଥିଲେ। ତଥାପି, ରାବୁପୁରା ଥାନା ପ୍ରଭାରୀ ସୁଜିତ ଉପାଧ୍ୟାୟ ଏବଂ ଏସିପି ସାର୍ଥକ ସେଙ୍ଗାର କହିଛନ୍ତି ଯେ ପ୍ରାଥମିକ ତଦନ୍ତରେ ତେଜସର ମାନସିକ ଅବସ୍ଥା ଭଲ ନୁହେଁ ବୋଲି ଜଣାପଡିଛି।
ତାଙ୍କ ମୋବାଇଲ୍ ଜବତ କରାଯାଇଛି ଏବଂ ତାଙ୍କ କଲ୍ ବିବରଣୀ ଯାଞ୍ଚ କରାଯାଉଛି, ଏବଂ ତାଙ୍କର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ୨୨ ଏପ୍ରିଲ ୨୦୨୫ ରେ ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧି ପାଇଛି।
ଏହି ଆକ୍ରମଣ ପରେ, ପୋଲିସ ସୀମା ସୁରକ୍ଷା ସମ୍ପର୍କରେ ସତର୍କତା ବୃଦ୍ଧି କରିଥିବା ଦାବି କରିଥିଲା, କିନ୍ତୁ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ତଥାପି, ଏବେ ସୀମା ଏବଂ ସଚିନଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଛି।
ପାକିସ୍ତାନୀ ସୀମା: PUBG ଖେଳ ମାଧ୍ୟମରେ ସଚିନଙ୍କ ପ୍ରେମରେ ପଡ଼ିବା ପରେ ମେ ୨୦୨୩ରେ ନେପାଳ ଦେଇ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିବା ସୀମା ହାଇଦର ପୂର୍ବରୁ ମଧ୍ୟ ଖବରରେ ଅଛନ୍ତି।
ପହଲଗାମ ଆକ୍ରମଣ ପରେ, ଭାରତରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ଫେରାଇବା ପାଇଁ ଦାବି ତୀବ୍ର ହୋଇଛି, ଏବଂ ସୀମା ମଧ୍ୟ ପାକିସ୍ତାନ ଫେରିବାକୁ ଭୟ କରୁଛନ୍ତି। ଏହି ଆକ୍ରମଣ କେବଳ ସୀମା ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରିନାହିଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି।