ଆଉ କିଟ୍ କୁ ପଢ଼ିବାକୁ ଆସିବେନି ନେପାଳୀ ଛାତ୍ରଛାତ୍ରୀ !
ଅଢ଼େଇ ମାସରେ କିଟ୍ ରେ ୨ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ। ନେପାଳ ସଂସଦରେ ତାତି। ଆଉ ଆମ ପିଲାକୁ କିଟ୍ ପଠାଅନି କହିଲେ ସାଂସଦ।
ନେପାଳ: ନେପାଳ ସଂସଦରେ ଉଠିଲା କିଟ୍ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ। ଅଢ଼େଇ ମାସ ମଧ୍ୟରେ ୨ ଜଣ ନେପାଳୀ ଛାତ୍ରୀଙ୍କର କିଟ୍ ହଷ୍ଟେଲରେ ମୃତ୍ୟୁ। ଏନେଇ କ୍ଷୋଭ ପ୍ରକାଶ କଲେ ଅନେକ ସାଂସ। ଏବଂ ନେପାଳ ପିଲାଙ୍କୁ ଆଉ କିଟ୍ ପଠାଅନି ବୋଲି ମଧ୍ୟ କହିଲେ।
ହଁ ନେପାଳ ନ୍ୟାସନାଲ୍ ଆସେମ୍ଲିରେ କିଟ୍ ଛାତ୍ରୀ ମୃତ୍ୟୁକୁ ତାତି। ଅଢ଼େଇ ମାସରେ ୨ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ। କିଟରେ ନେପାଳୀ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ନେଇ ଗ୍ୟାରେଣ୍ଟି ନଥିବା ପ୍ରମାଣିତ ହୋଇଛି। ନେପାଳ ସଂସଦର ଉଚ୍ଚ ସଦନରେ କ୍ଷୋଭ ପ୍ରକାଶ କଲେ ବହୁ ସଦସ୍ୟ।
ଘଟଣାର ମୂଳକାରଣ ଖୋଜିବାକୁ ସରକାରଙ୍କୁ ଗୃହ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶ। ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ କହିଲେ ଅଧ୍ୟକ୍ଷ ନାରାୟଣ ପ୍ରସାଦ ଦହଲ। ନେପାଳ ନ୍ୟାସନାଲ ଆସେମ୍ଲିର ଜରୁରୀ ଅଧିବେଶନରେ ଉଦବେଗ।
ଘଟଣାର ତଦନ୍ତ ଓ ଦୋଷୀକୁ ଦଣ୍ଡ ଦାବି କରିଛନ୍ତି ନ୍ୟାସନାଲ୍ ଆସେମ୍ଲି ସଦସ୍ୟ। ନେପାଳ ସରକାର ତୁରନ୍ତ କିଟ୍ ପାଇଁ NOC ଦେବା ପ୍ରକ୍ରିୟା ଉପରେ ରୋକ୍ ଲଗାନ୍ତୁ। ଦାବି କଲେ ରାଷ୍ଟ୍ରୀୟ ଜନମୋର୍ଚ୍ଚା ସଦସ୍ୟ ତୁଳା ପ୍ରସାଦ ବିଶ୍ୱକର୍ମା।
କିଟରେ ପଢ଼ିବାକୁ ଚାହୁଁଥିବା ପିଲାଙ୍କୁ NOC ଦିଆନଯାଉ। ସେମାନଙ୍କ ବାପାମାଆଙ୍କୁ ଏଭଳି ଶିକ୍ଷାନୁଷ୍ଠାନକୁ ପଠାଇବା ପୂର୍ବରୁ ସତର୍କ କରାଯାଉ ବୋଲି ସଂସଦରେ ଦାବି।