Waqf Amendment Act: ୧୫ ମେ’ରେ ନୂଆ ସିଜେଆଇ କରିବେ ଶୁଣାଣି, ଜଷ୍ଟିସ ଖାନ୍ନାଙ୍କ ପାଇଁ ଇମୋସନାଲ ହେଲେ ତୁଷାର ମେହତା
ଅବସର ନେବେ ସଞ୍ଜୀବ ଖାନ୍ନା, ଭାବବିହ୍ୱଳ ହେଲେ ସଲିସିଟର ଜେନେରାଲ ତୁଷାର ମେହତା
ନୂଆଦିଲ୍ଲୀ: ଓକଫ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ପିଟିସନଗୁଡ଼ିକ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଗାମୀ ଶୁଣାଣି ୧୫ ମେ’ରେ କରାଯିବ।
ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି ଯେ, ଏହି ମାମଲାଗୁଡ଼ିକର ବିସ୍ତାରଭାବେ ଶୁଣାଣି ହେବା ଆବଶ୍ୟକ।
ବର୍ତ୍ତମାନ ଆଗାମୀ ମୁଖ୍ୟ ବିଚାରପତି ଜଷ୍ଟିସ ଭୂଷଣ ରାମାକୃଷ୍ଣ ଏହି ମାମଲାର ଶୁଣାଣି କରିବେ। ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହତା ସିଜେଆଇ ସଞ୍ଜୀବ ଖାନ୍ନାଙ୍କ ଅବସରକୁ ନେଇ ଇମୋସନାଲ ହୋଇଯାଇଛନ୍ତି।
୧୩ ମେ’ରେ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଆବସର ନେବେ ଏବଂ ୧୪ ମେ ରେ ଜଷ୍ଟିସ ଭୂଷଣ ରାମାକୃଷ୍ଣ ଗୱଇ ନୂଆ ସିଜେଆଇ ଭାବେ ଶପଥ ନେବେ।
କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ଏବଂ ଆବେଦନକାରୀ ଙ୍କ ପକ୍ଷରୁ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘବୀଙ୍କ ଭଳି ସିନିୟର ଆଡଭୋକେଟ ହାଜର ହେବେ।
ସଲିସିଟର ଜେନେରାଲ ତୁଷାର ମେହତା ସିଜେଆଇ ସଞ୍ଜୀବ ଖନ୍ନାଙ୍କ ନିଷ୍ପତ୍ତି ଉପରେ ସହମତି ଜଣାଇ କହିଛନ୍ତି ଯେ, ଏହି ମାମଲାକୁ ଜଷ୍ଟିସ ଗୱଇଙ୍କ ବେଞ୍ଚ ପାଖରେ ପଠାଯିବାକୁ ତାଙ୍କର ସହମତି ରହିଛି।
କିନ୍ତୁ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ ଅବସରକୁ ନେଇ ଦୁଃଖ ଲାଗୁଛି। ସିଜେଆଇ ସଞ୍ଜୀବ ଖାନ୍ନା ମଜାଳିଆ ଢଙ୍ଗରେ ଏସଜି ମେହତାଙ୍କୁ କହିଲେ ଯେ, ନା.. ନା.., ମୁଁ ଏହାର ଅପେକ୍ଷା କରିଛି।