(Video) ‘ମୈ ଶାହରୁଖ ହୁଁ..’ ମେଟ୍ ଗାଲାରେ ରାଜକୀୟ ଲୁକରେ ପହଞ୍ଚିଲେ କିଙ୍ଗ ଖାନ
ମେଟ୍ ଗାଲାରେ ଶାହରୁଖଙ୍କ ଧମାକାଦାର ଏଣ୍ଟ୍ରୀ
ନୂଆଦିଲ୍ଲୀ: ମେଟ୍ ଗାଲା ୨୦୨୫କୁ ନେଇ ଭାରତୀୟଙ୍କ ମଧ୍ୟରେ ଅଧିକ ଉତ୍ସାହ ଥିଲା ଏବଂ ଏହି କାରଣରୁ ବଲିଉଡର କିଙ୍ଗ ଶାହରୁଖ ଖାନ। ସମସ୍ତଙ୍କ ନଜର ଶାହରୁଖ ଖାନଙ୍କ ମେଟ ଗାଲା ଡେବ୍ୟୁ ଉପରେ ଥିଲା।
ଶାହରୁଖ ଖାନ ନିଜ ଫିଲ୍ମ ପରି ମେଟ୍ ଗାଲାରେ ଧମାକାଦାର ଡେବ୍ୟୁ କରିଥିଲେ। ନିଜ ଲୁକରେ ସେ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ଏହାରି ମଧ୍ୟରେ ଶାହରୁଖ ଖାନଙ୍କ ମେଟ୍ ଗାଲାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।
ଇଣ୍ଟରନେସନାଲ ଫ୍ୟାଶନ ଇଭେଣ୍ଟରେ ଏଣ୍ଟ୍ରୀ କରିବା ମାତ୍ରେ ଶାହରୁଖ ଖାନଙ୍କୁ ବିଦେଶୀ ମିଡିଆ ପ୍ରଶ୍ନ କରିଥିଲା ଯେ, ସେ କିଏ? ଏହା ଉପରେ ଶାହରୁଖ ଖାନ କହିଥିଲେ ଯେ, ମୁଁ ଶାହରୁଖ ଖାନ।
ଏହାପରେ ତାଙ୍କ ଲୁକ୍ ବିଷୟରେ ପଚରାଯାଇଥିଲା। ଶାହରୁଖ କହିଥିଲେ ଯେ, ଏହି ଲୁକ ସବ୍ୟସାଚୀ ମୁଖାର୍ଜୀ ଡିଜାଇନ କରିଥିଲେ।
ଶାହରୁଖ ମେଟ୍ ଗାଲା ୨୦୨୫ରେ ନିଜର ଡେବ୍ୟୁ ପରେ ଏକ ଇଣ୍ଟରଭ୍ୟୁ ଦେଇଥିଲେ ଏବଂ ତାଙ୍କୁ ଇତିହାସ ରଚିବା ପାରେ ତାଙ୍କ ପ୍ରତିକ୍ରିୟା ବିଷୟରେ ପଚରାଯାଇଥିଲା। ସେ କହିଥିଲେ ଯେମ ମୁଁ ଇତିହାସ ବିଷୟରେ ଜଣିନାହିଁ।
NEW: Shah Rukh Khan ‘s interview at Met Gala .#ShahRukhKhan #MetGala2025 pic.twitter.com/cuOTPL6YNX
— ℣ (@Vamp_Combatant) May 6, 2025
ହେଲେ ମୁଁ ବହୁତ ଉତ୍ସାହିତ ଅଛି। ସବ୍ୟସାଚୀ ମୋତେ ଏଠାକୁ ଆସିବାକୁ ରାଜି କରାଇଥିଲେ। ମୁଁ ଅଧିକ ରେଡ୍ କାର୍ପେଟ ଇଭେଣ୍ଟ ଆଟେଣ୍ଡ କରିନାହିଁ। ଏଥିପାଇଁ ମୁଁ ଏଥିରେ ସାମିଲ ହୋଇଛି, କାରଣ ଏଠାକୁ ଆସିବା ଅଦ୍ଭୁତ।