ଶ୍ରୀନଗର: ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗରରେ ସକାଳୁ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଶତ୍ରୁ ରାଷ୍ଟ୍ର ପାକିସ୍ତାନ ପଟୁ ଘନ ଘନ ଗୁଳିବର୍ଷା ସାଙ୍ଗକୁ ଡ୍ରୋନ୍ ହମଲା ହେଉଥିବାବେଳେ ଏହାକୁ ଅଟକାଇବାରେ ଲାଗିଛି ଭାରତୀୟ ସେନା ।
ପାକିସ୍ତାନର ଘନ ଘନ ଆକ୍ରମଣ ପାଇଁ ଶ୍ରୀ ନଗରରେ ଏବେ ଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି । ଯେଉଁ କାରଣରୁ ସେଠାକାର ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।
ଭାରତୀୟ ସେନା ପକ୍ଷରୁ ପ୍ରସ୍ତୁତି ଜୋରଦାର ଥିବାବେଳେ ପାକିସ୍ତାନର ମୁହଁତୋଡ୍ ଜବାବ୍ ଦେବାରେ ସକ୍ଷମ ହୋଇଛି ସେନା ।