ସରେଣ୍ଡର କଲା ପକିସ୍ତାନ! ବୈଦେଶିକ ମନ୍ତ୍ରୀ ଇଶାକ ଡାର କହିଲେ- ‘ଯଦି ଭାରତ ଅଟକେ ତେବେ ଆମେ..’

ଭାରତ-ପାକିସ୍ତାନରେ ବଢୁଥିବା ଯୁଦ୍ଧ ମଧ୍ୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଏକ ବୟାନ ଦେଇଛନ୍ତି।

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନରେ ବଢୁଥିବା ଯୁଦ୍ଧ ମଧ୍ୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଯଦି ଭାରତ ଅଟକେ ତେବେ ଆମେ ବି ଅଟକିବାକୁ ପ୍ରସ୍ତୁତ ଅଛୁ। ସେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଆଉ କ୍ଷତି ଚାହୁଁନି।

ଜିଓ ନ୍ୟୁଜ ସହ କଥା ହୋଇ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଡାର କହିଛନ୍ତି ଯେ, ଆମେ ନିଜର କ୍ଷତି କରିବାକୁ ଚାହୁଁନଥିଲୁ।

ଆମେ ବିନେଶ ଏବଂ ଧନର ବର୍ବାଦ ଚାହୁଁନାହୁଁ। ସେ ଆହୁରି କହିଛନ୍ତି ଯେ, ପାକିସ୍ତାନ ସର୍ବଦା ଶାନ୍ତି ଚାହୁଁଛି ଏବଂ ଯଦି ଭାରତ ବର୍ତ୍ତମାନ ଅଟକିଯାଉଛି ତେବେ ଆମେ ବି ଶାନ୍ତିକୁ ନେଇ ବିଚାର କରିବ। ଆମେ ବାସ୍ତବରେ ଶାନ୍ତି ଚାହୁଁଛୁ।