ସକାଳୁ ସକାଳୁ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ସାଢେ ୮ଟାରେ ୩୫ ଡିଗ୍ରୀ
ରାଜ୍ୟରେ ସକାଳ ସାଢେ ୮ଟାରେ ୩୫ ଡିଗ୍ରୀ ଛୁଇଁଲା ତାପମାତ୍ରା
ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ସକାଳ ସାଢେ ୮ଟାରେ ୩୫ ଡିଗ୍ରୀ ଛୁଇଁଲା ପାରଦ।
ଝାରସୁଗୁଡ଼ାରେ ୩୫ ଡିଗ୍ରୀ, ସମ୍ବଲପୁରରେ ୩୪.୪ ଡିଗ୍ରୀ, ହୀରାକୁଦରେ ୩୪.୪ ଡିଗ୍ରୀ, ରାଉରକେଲାରେ ୩୩.୬ ଡିଗ୍ରୀ, ଚାନ୍ଦବାଲି ଓ ପୁରୀର ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ପୁରୀର ତାପମାତ୍ରା ୩୨.୬ ଏବଂ ଭୁବନେଶ୍ୱରର ତାପମାତ୍ରା ୩୨.୪ ଡିଗ୍ରୀ ରହିଛି। ବାଲେଶ୍ୱର ଓ କେନ୍ଦୁଝରର ତାପମାତ୍ରା ୩୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।
ରାଜ୍ୟରେ ଆହୁରି ବଢ଼ିବ ତାତିର ପ୍ରକୋପ । ତିନି ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୧୩ରୁ ୧୫ ତାରିଖ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ । ମେ’ ୧୩ରେ ଉପକୂଳ, ପାଶ୍ୱର୍ବର୍ତ୍ତୀ ୯ ଜିଲ୍ଲାଜୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଉଷ୍ଣ ଓ ଆର୍ଦ୍ରସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।