ଭୁବନେଶ୍ୱର: ସ୍ପର୍ଶ ହସ୍ପିଟାଲ୍ ତରଫରୁ ଚଳିତ ୧୨ ତାରିଖରେ ବିଶ୍ୱ ସେବିକା ଦିବସ ପାଳନ କରାଯାଇଛି । ସେବିକାମାନଙ୍କ ସମର୍ପଣ ସ୍ୱାସ୍ଥ୍ୟସେବା ଏବଂ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବେଶ ଆଡମ୍ବରରେ ଏହି ଦିବସଟିକୁ ପାଳନ କରାଯାଇଅଛି । “ଆମ ନର୍ସ, ଆମର ଭବିଷ୍ୟତ । ନର୍ସମାନଙ୍କ ଦ୍ୱାରା ଆଜି ଆମ ଅର୍ଥନୀତିକୁ ସୃଦୃଢ଼ କରେ” ଆନ୍ତର୍ଜାତୀୟ ନର୍ସ ପରିଷଦ ପକ୍ଷରୁ ଏହା ହେଉଛି ଚଳିତ ବର୍ଷର ବାର୍ତ୍ତା ।
ଏହି ଦିବସର ଅବ୍ୟବହିତ ପୂର୍ବରୁ ସ୍ପର୍ଶ ହସ୍ପିଟାଲ ପକ୍ଷରୁ ନର୍ସିଂ ଗ୍ରୁପଗୁଡ଼ିକ ମଧ୍ୟରେ ହ୍ୟାଣ୍ଡ୍ ୱାସିଙ୍ଗ୍, ରୋଗୀ ସୁରକ୍ଷା, ସ୍ୱଚ୍ଛତା, ଖାଦ୍ୟଗୁଣବତ୍ତା ଆଦି
ପ୍ରତିଯୋଗିତା ଆୟୋଜନ କରାଯାଇଛି। କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା ।
ଚିକିତ୍ସା କ୍ଷେତ୍ରରେ ଯେମିତି ଡ଼ାକ୍ତରମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ, ଠିକ୍ ସେହିଭଳି ସେବିକାମାନଙ୍କର ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ତାଙ୍କର ନିଃସ୍ୱାର୍ଥପର ସେବା ଯତ୍ନ, ଏବଂ
ଉତ୍ସର୍ଗୀକୃତ ଅବଦାନକୁ ସମ୍ବର୍ଦ୍ଧିତ କରିବାପାଇଁ ସ୍ପର୍ଶ ହସ୍ପିଟାଲ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆଯୋଜନ କରାଯାଇଥିଲା ।
ଏହି ଅବସରରେ ସ୍ପର୍ଶ ହେଲଥ୍ କେୟାର୍ ଓଡ଼ିଶାର ପ୍ରତିଷ୍ଠାତା ଏବଂ ପରିଚାଳନା ଅଧ୍ୟକ୍ଷ ଡ଼ା.ପ୍ରିୟବ୍ରତ ଧୀର ମୁଖ୍ୟ ଅତିଥି ରୂପେ ଯୋଗଦେଇ ସେବିକାମାନଙ୍କର ତ୍ୟାଗପୂତ ସେବା ସଂପର୍କରେ
ଧନ୍ୟବାଦ ଦେଇଥିଲେ।
ଏଥିସହିତ ସେବିକାମାନେ ଆଗାମୀ ଦିନମାନଙ୍କରେ କିପରି ରୋଗୀମାନଙ୍କୁ ଆହୁରି ଉନ୍ନତମାନର ସେବା ଯୋଗାଦେଇପାରିବେ ସେ ବିଷୟରେ ଉପଦେଶ ଦେଇ ତାଙ୍କର
ଉତ୍ତୋରତ୍ତର ପ୍ରଗତି କାମନା କରିଥିଲେ ।