ବିୟର ପିଉଥିବା ଲୋକଙ୍କ ପାଇଁ ଖୁସି ଖବର, ଏବେ ୨୦୦ ଟଙ୍କିଆ ବୋତଲ ମିଳିବ ମାତ୍ର ୫୦ ଟଙ୍କାରେ!

ଏଣିକି ମାତ୍ର ୫୦ ଟଙ୍କାରେ ମିଳିବ ବିୟର, ଜାଣନ୍ତୁ

ନୂଆଦିଲ୍ଲୀ: ଖରାଦିନେ ସାଧାରଣତଃ ବିୟର ଦର ବଢିଯାଇଥାଏ। କିନ୍ତୁ ଏଇ ଗ୍ରୀଷ୍ମ ଋତୁରେ ବିୟର ଦର ଶସ୍ତାରେ ମିଳିଯିବ। ବର୍ତ୍ତମାନ ବ୍ରିଟିଶ ବିୟର ବ୍ରାଣ୍ଡସ ଭାରତରେ ଶସ୍ତାରେ ମିଳିବ।

ଭାରତ ଏବଂ ବ୍ରିଟେନ ମଧ୍ୟରେ ହୋଇଥିବା ମୁକ୍ତ ବ୍ୟାପାର ଚୁକ୍ତିନାମା ପରେ ବ୍ରିଟେନର ବିୟର ଉପରେ ଟ୍ୟାକ୍ସ ୭୫ ପ୍ରତିଶତ ହ୍ରାସ କରାଯାଇଛି।

ଭାରତରେ ବ୍ରିଟିଶ ବିୟର ବ୍ରାଣ୍ଡସ ଖୁବ ଶସ୍ତାରେ ମିଳିବ। ବ୍ରିଟେନର ବିୟର ସ୍କଚ ଏବଂ ହ୍ୱିସ୍କିରେ ମଧ୍ୟ ଟ୍ୟାକ୍ସ କମ କରାଯାଇଛି। ତେଣୁ, ଭାରତରେ ଯେଉଁ ବିୟର ବୋତଲ ୨୦୦ ଟଙ୍କା ଥିଲା ବର୍ତ୍ତମାନ ତାହା ୫୦ ଟଙ୍କାରେ ମିଳିବ।

ଏପର୍ଯ୍ୟନ୍ତ ଭାରତରେ ବ୍ରିଟେନର ବିୟର ଉପରେ ୧୫୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗୁଥିଲା। ବର୍ତ୍ତମାନ ଏଫଟିଏ ଚୁକ୍ତି ଅନୁଯାୟୀ, ଏହି ଟ୍ୟାକ୍ସ ହ୍ରାସ ପାଇ ୭୫ ପ୍ରତିଶତ କରାଯାଇଛି।

ଏହି ଟ୍ୟାକ୍ସ ହ୍ରାସର ସିଧା ଫାଇଦା ଏହାର ରେଟ୍ ଉପରେ ପଡିବ, ଏହି କାରଣ ପାଇଁ ରେଟ୍ କମ ହୋଇଯିବ। ରେଟ କମ ହେବାର ଫାଇଦା ବିୟରର ସୌକିନମାନଙ୍କ ପାଇଁ ହେବ। ଭାରତରେ ବର୍ତ୍ତମାନ ବ୍ରିଟେନର ବିୟର ଖୁବ ଶସ୍ତାରେ ମିଳିବ।