ବ୍ରେକିଂ: ୨୦ରୁ କଂଗ୍ରେସର ‘ଜୟ ହିନ୍ଦ୍ ସଭା’, କଂଗ୍ରେସ ମହାସଚିବଙ୍କ ସୂଚନା
ଭାରତୀୟ ଯବାନଙ୍କ ସଫଳତାକୁ ନେଇ କଂଗ୍ରେସ କରିବ ସଭା
ନୂଆଦିଲ୍ଲୀ: ୨୨ ଅପ୍ରେଲରେ ଘଟିଥିବା ଆତଙ୍କୀ ହମଲା ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା। ଏହାପରେ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯାଇଥିଲା। ଏଥିରେ ଭାରତୀୟ ସେନାର ଯବାନଙ୍କୁ ସଫଳତା ମିଳିଛି। ଏଥିପାଇଁ କଂଗ୍ରେସ ବର୍ତ୍ତମାନ ‘ଜୟ ହିନ୍ଦ ସଭା’ କରିବାକୁ ଯାଉଛି।
ମେ’ ୨୦ ତାରିଖରୁ ଦେଶବ୍ୟାପୀ କଂଗ୍ରେସର ଆରମ୍ଭ ହେବ ‘ଜୟ ହିନ୍ଦ ସଭା’। ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ।
ଭାରତୀୟ ଯବାନଙ୍କ ସଫଳତାକୁ ନେଇ ଏହି ସଭା କରିବ କଂଗ୍ରେସ। ଆସନ୍ତା ୨୦ ରୁ ୩୦ ତାରିଖ ଯାଏଁ ଚାଲିବ ଏହି ଜୟ ହିନ୍ଦ ସଭା। ଦିଲ୍ଲୀ, ସିମଲା, ପାଟନା, କୋଚି, ଗୋହ୍ୱାଟୀ, ଭୁବନେଶ୍ୱର, କୋଲକାତା ଭଳି ୧୫ଟି ସ୍ଥାନରେ ଏହି ସଭା ଜାରି ରହିବ।