ଆଗେଇବ ଓଡ଼ିଶା: ଇସ୍ପାତ ଉତ୍ପାଦନ ବଢ଼ାଇବା ନେଇ ତତ୍ପର ରାଜ୍ୟ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗୁରୁବାର ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍ ସଦସ୍ୟ ଭେଟ କରିଛନ୍ତି । ଆସୋସିଏସନ୍ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ସଦସ୍ୟ ସାକ୍ଷାତ୍ କରିଛନ୍ତି ।

ରାଜ୍ୟରେ କିପରି ଅଧିକ ଷ୍ଟିଲ୍ ଉତ୍ପାଦନ କରାଯିବ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସୂଚନା ।

ଦେଶରେ ଷ୍ଟିଲ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଗାମୀ ଦିନରେ ଷ୍ଟିଲ୍ ଉତ୍ପାଦନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯିବା ନେଇ ଆଶଙ୍କା କରାଯାଉଛି ।