ଆମେରିକା ଖେଳୁଛି ଡବଲ ଗେମ୍ ! ପାକିସ୍ତାନର ସମର୍ଥନ ପରେ ତୁର୍କୀକୁ କ୍ଷେପଣାସ୍ତ୍ର ଦେବେ ଟ୍ରମ୍ପ

ଏବେ ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ଲାଗି ରହିଛି । ଏହା ମଧ୍ୟରେ ଆମେରିକା ତୁର୍କୀକୁ 304 ମିଲିୟନ ଡଲାରର କ୍ଷେପଣାସ୍ତ୍ର ବିକ୍ରିକୁ ମଞ୍ଜୁରୀ ଦେଇଛି। ଏହି କାରଣରୁ, ଆମେରିକାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛି ଭାରତ ।

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କଲା। ତୁର୍କୀ ଶହ ଶହ ଡ୍ରୋନ୍ ଏବଂ ମିଲିଟାରୀ ଅପରିଟିଙିକୁ ପଠାଇ ପାକିସ୍ତାନକୁ ବୈଷୟିକ ଏବଂ ରଣନୈତିକ ସହାୟତା ଯୋଗାଇଥିଲା, ଯାହା ଦ୍ବାରା ଭାରତରେ ତୁର୍କୀ ବିରୁଦ୍ଧରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ଆଉ ଏହି ଅସନ୍ତୋଷ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଠାରେ #BoycottTurkey ଟ୍ରେଣ୍ଡ କରିବା ଆରମ୍ଭ କଲା ଏବଂ ଭାରତ ବାଣିଜ୍ୟଠାରୁ ପର୍ଯ୍ୟଟନ ପର୍ଯ୍ୟନ୍ତ ତୁର୍କୀଠରୁ ସବୁ ସମ୍ପର୍କ ଛିନ୍ନ କରିଥିବା ଦେଖିବାକୁ ମିଳିଛି । କିନ୍ତୁ ଏପରି ସମୟରେ ଆମେରିକା ତୁର୍କୀକୁ କ୍ଷେପଣାସ୍ତ୍ର ବିକ୍ରୟ କରିବା ପାଇଁ ନେଇଥିବା ନିଷ୍ପତ୍ତି ଭାରତରେ ଏକ ନୂତନ ଅଶାନ୍ତି ସୃଷ୍ଟି କରିଛି ।

 

ଆମେରିକା ତୁର୍କୀକୁ 304 ମିଲିୟନ ଡଲାରର କ୍ଷେପଣାସ୍ତ୍ର ବିକ୍ରି କରିବାକୁ ମଞ୍ଜୁରୀ ଦେଇଛି। ଏହି ଚିକ୍ତିନାମା ଏପରି ଏକ ସମୟରେ ସ୍ବାକ୍ଷର ହୋଇଛି ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଅଛି ଏବଂ ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସାହାଯ୍ୟ କରୁଛି। କେବଳ ସେତିକି ନୁହେଁ, ପାକିସ୍ତାନକୁ ୩୫୦ରୁ ଅଧିକ ଡ୍ରୋନ ମଧ୍ୟ ଯୋଗାଇଥିଲା ତୁର୍କୀ। ଆଉ ଏହାର ଅପରେଟ୍ ପାଇଁ ନିଜର ମିଲିଟାରୀ ଅପରେଟିଭକୁ ପାକିସ୍ତାନକୁ ପଠାଇଥିଲା।

 

ଏହା ସହିତ, ୨୨୫ ମିଲିୟନ ଡଲାରର ଆନୁମାନିକ ବଜଟେରେ ୫୩ ଅଗ୍ରୀମ ମଧ୍ୟମ ଦୂରଗାମୀ ଆକାଶରୁ ଆକାଶରେ ଲକ୍ଷ୍ୟ ଭେଦ କରି ପାରୁଥିବା ମିସାଇଲ ଓ ୭୯.୧ ମିଲିୟନ ଡଲାରରେ ୬୦ଟି ବ୍ଲକ ମିସାଇଲ୍ ଦେବାକୁ ଆମେରିକାକୁ ଅନୁରୋଧ କରିଛି ତୁର୍କୀ । ଏହି ଚୁକ୍ତିକୁ ଆମେରିକୀୟ ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (DSCA) ଦ୍ୱାରା ପ୍ରସ୍ତାବିତ କରାଯାଇଛି, କିନ୍ତୁ ଏହାକୁ ଏପର୍ଯ୍ୟନ୍ତ ଆମେରିକୀୟ କଂଗ୍ରେସ ମଞ୍ଜୁରୀ ମିଳିନାହିଁ। ଯଦି ଏହା ଅନୁମୋଦିତ ହୁଏ, ତେବେ ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କକୁ ଆହୁରି ମଜବୁତ କରିବ।

ଏହା ପରେ ଭାରତ ଓ ତୁର୍କୀ ମଧ୍ୟରେ ସମ୍ବନ୍ଧରେ ତିକ୍ତତା ଆସିଛି। ଭାରତର ଜନତା ଏବେ ତୁର୍କୀକୁ ଶତ୍ରୁ ଦେଶ ନଜରରେ ଦେଖୁଛନ୍ତି। ଏମିତିରେ ପ୍ରଶ୍ନ ଉଠୁଛି କଣ ଆମେରିକା ଡବଲ୍ ଗେମ୍ ଖେଳୁ ନାହିଁ କି ? ଗୋଟିଏ ପଟେ ଟ୍ରମ୍ପ ପ୍ରଶାସନ ଭାରତ ସହ ସୁସମ୍ପର୍କର କଥା କହୁଥିବା ବେଳେ ଅନ୍ୟପଟେ ପାକିସ୍ତାନକୁ ସାହାଯ୍ୟ କରିଥିବା ତୁର୍କୀକୁ ଅସ୍ତ୍ରଶସ୍ତ୍ର ଦେବାରେ ପଛଘୁଞ୍ଚା ଦେଉ ନାହିଁ।

ଭାରତ ବିଶେଷଜ୍ଞଙ୍କ ମତାମତ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର ନାଟୋ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାକୁ ତୁର୍କୀ ଯାଇଥିଲେ। ଆଉ ଏହି ସମୟରେ ଅସ୍ତ୍ର ଶସ୍ତ୍ର କ୍ରୟ ନେଇ ଆମେରିକା ଓ ତୁର୍କୀ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର ହୋଇଛି। ତେବେ ଏହି ଚୁକ୍ତିନାମାକୁ ଆମେରିକା ସଂସଦର ମଞ୍ଜୁରୀର ଆବଶ୍ୟକତା ରହିଛି। ଗୋଟିଏ ପଟେ, ଏହା QUAD ଭଳି ମଞ୍ଚରେ ଭାରତକୁ ଏକ ରଣନୈତିକ ଅଂଶୀଦାର ବୋଲି କହୁଛି ଏବଂ ଅନ୍ୟପଟେ, ଏହା ପାକିସ୍ତାନକୁ ସମର୍ଥନ କରୁଥିବା ଏକ ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ଏହା ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଅବିଶ୍ୱାସର ଫାଟ ସୃଷ୍ଟି କରିପାରେ ବୋଲି ଭାରତ ବିଶେଷଜ୍ଞମାନେ ମତ ରଖିଛନ୍ତି । ତଥାପି, ଆମେରିକା ଯୁକ୍ତି କରୁଛି ଯେ ଏହି ଚୁକ୍ତି ନାଟୋ ସହଯୋଗୀ ଭାବରେ ତୁର୍କୀକୁ ସୁରକ୍ଷା କରିବା ପାଇଁ ଏବଂ ଭାରତ ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର ନୁହେଁ। କୂଟନୈତିକ ଦୃଷ୍ଟିରୁ କହିବାକୁ ଗଲେ, ଏହି ଚୁକ୍ତିର ସମୟ ଏବଂ ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଏଟେ ।